ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ

0 888

ଭୁବନେଶ୍ୱର – ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅର୍ଥନୈତିକ ଗଣନା ପାଇଁ ବିକଶିତ ହୋଇଥିବା ସ୍ୱତନ୍ତ୍ର ମୋବାଇଲ୍‍ ଆପ୍‍କୁମଧ୍ୟ ଲୋକାର୍ପଣ କରାଯାଇଛି । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଓ ରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଏହି ଗଣନା କରାଯିବ । ଏଥିରେ ୩୧ ହଜାର ଗଣନାକାରୀ ଓ ୬ ହଜାର ୬୦୦ ପର୍ଯ୍ୟବେକ୍ଷକନିୟୋଜିତ ହୋଇଛନ୍ତି । ଏଥିପାଇଁ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିମାନ ଗଠନ କରାଯାଇଛି ।
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ସପ୍ତମ ଅର୍ଥନୈତିକ ଗଣନା କାର୍ଯ୍ୟକ୍ରମକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଏହି ଅର୍ଥନୈତିକ ଗଣନା କାର୍ଯ୍ୟ କରାଯିବ ।

Leave A Reply