ବାଣ ବିସ୍ଫୋରଣରେ ଉଡିଗଲା ଘର, ଜଣେ ମୃତ

0 729

ନୟାଗଡ – ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଡ଼ିପଡ଼ା ବଜାର ଅନ୍ତର୍ଗତ ଜଗନ୍ନାଥପାଟଣା ସାହିରେ ଥିବା ଏକ ବାଣ କାରଖାନାରେ ରବିବାର ରାତିରେ ବଡ଼ଧରଣର ବିସ୍ଫୋରଣ ଘଟି ଆଜବେଷ୍ଟସ ଘର ଭୁଶୁଡ଼ି ପଡ଼ିବା ସହିତ ନିଆଁ ମଧ୍ୟ ଲାଗିଯାଇଥିଲା।

ଏଠାରେ ଦୀର୍ଘ ଦିନ ହେଲା ବିନା ଲାଇନ୍ସେସରେ ବାଣ ତିଆରି କାରଖାନା ଚାଲିଥିଲା। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୨ଜଣ ଗୁରତର ଭାବେ ଆହତ ହୋଇଛନ୍ତି। ନୟାଗଡ଼ ଏବଂ ଓଡ଼ଗାଁରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Leave A Reply