ମହାପ୍ରଭୁ ଶ୍ରୀଜଗନ୍ନାଥ ଫୁଲ ପ୍ରେମୀ. ମହାପ୍ରଭୁଙ୍କୁ ପ୍ରତିଦିନ ତରାଟ,ଟଗର ଗୋଲାପ ପଦ୍ମ ଆଦି ଫୁଲ ସହ ତୁଳସୀ ଲାଗି କରାଯାଏ. ମହାପ୍ରଭୁଙ୍କ ବେଶ ସହ ନିତୀରେ ବ୍ୟବହାର ହୁଏ ଫୁଲ. ପହଣ୍ଡି ସମୟରେ ଟାହିଆରେ ବି ଫୁଲ ଲଗାଯାଇ ଥାଏ. ଆଉ ଏହି ଟାହିଆର ଫୁଲକୁ କାଳିକା ଦେବୀ ସାହିରେ ରହୁଥିବା ରାମଚନ୍ଦ୍ର ରଣାଙ୍କ ପରିବାର କାହିଁ କେତେ କାଳରୁ ସେବା ଭାବରେ ଶ୍ରୀମନ୍ଦିରକୁ ଯୋଗାଇ ଆସୁଛନ୍ତି.
ଜାତି,ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ,ବିଶ୍ୱ ମତ୍ରୀର ପ୍ରତୀକ ପ୍ରଭୁ ଶ୍ରୀଜଗନ୍ନଥ…..ସାମ୍ୟ,ମତ୍ରୀ,ପ୍ରିତି,ଶାନ୍ତି,ସଂହତି ଓ ସଂପ୍ରତିର ପର୍ବ ରଥଯାତ୍ରା.ଲୀଳାମୟ ଠାକୁର ଜଗନ୍ନାଥ ମନ୍ଦିରରେ ହେଉ କି ପହଣ୍ଡିରେ,କି ରଥ ଉପରେ ଫୁଲରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି. ମଥାରେ ସର୍ବଦା ତୁଳସୀ ଶୋଭା ପାଉଥାଏ. ତୁଳସୀ ଓ ଦୟଣା ପ୍ରିୟ ଶ୍ରୀଜଗନ୍ନାଥ ..ତୁଳସୀ ନହେଲେ କାଳିଆ ଠାକୁରର ବେଶ କି ନିତୀ ହୁଏ ନାହିଁ. ତରାଟ ,ଟଗର,ରଙ୍ଗଣୀ.ଗୋଲାପ ଓ ପଦ୍ମ ଆଦି ଫୁଲ ମହାପ୍ରଭୁଙ୍କ ବେଶ ପାଇଁ ବ୍ୟବହାର କରାଯାଏ.ସକାଳୁ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କରର ହେଉଥିବା ବିଭିନ୍ନ ବେଶ ଓ ନିତୀରେ ବିଭିନ୍ନ ରଙ୍ଗର ଫୁଲ ବ୍ୟବହାର କରାଯାଇଥାଏ. ଶ୍ରୀଜଗନ୍ନାଥ ମନ୍ଦରରେ ଥିବା ବଗିଚା ,ପୁରୀ ଓ ଏହା ଆଖପାଖରେ ଥିବା ଜଗନ୍ନାଥଙ୍କ ବଗିଚାରୁ ଫୁଲ ସଂଗ୍ରହ କରାଯାଇଥାଏ. ରାମଚନ୍ଦ୍ର ବସନ୍ତ ରଣାଙ୍କ ପରିବାର ବିଭିନ୍ନ ଜାଗାଘର ଓ ବଗିଚାରୁ ଫୁଲ ,ତୁଳସୀ ସଂଗ୍ରହ କରି କଦଳୀ ପଟୁକାରେ ମାଳ ତିଆରି କରିଥାଆନ୍ତି.ପରିବାରର ସମସ୍ତେ ଶୁଦ୍ଧପୁତ ଭାବେ ଏହି ମାଳ ତିଆରିରେ ଲାଗିଥାଆନ୍ତି.ଏହି ମାଳ ପ୍ରଭୁଙ୍କ ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ କରିଥାଏ.
ଦାରୁବ୍ରହ୍ମ ପୁରୁଷୋତ୍ତମ ଠାକୁର ଶ୍ରୀଜଗନ୍ନାଥ.କାଳିଆ ଠାକୁରକୁ ରସିକ ରାଜ କୁହାଯାଏ.ରଙ୍ଗ ଅଧରରେ ମନ୍ଦ ମନ୍ଦ ହସ,ତ୍ରିଭଙ୍ଗୀ ଠାଣି, ବାଙ୍କ ଚାହାଣି ,ବିଭିନ୍ନ ରୂପ ଓ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି. ତାଙ୍କର ବିଭିନ୍ନ ନିତୀ ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ.ସକାଳେ ଅବକାଶ, ସକାଳଧୂପ,ମଧ୍ୟାହ୍ନ ଧୂପରେ ଓ ବଡସିଂହାର ବା ପୁଷ୍ପଶୃଙ୍ଗାର ରେ ରଣାଙ୍କ ପରିବାର ବିଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଦେଇଥାଆନ୍ତି. ବର୍ଷ ତମାମ ମହାପ୍ରଭୁଙ୍କର ଅନୁଷ୍ଠିତ ହେଉଥିବା ବିଭିନ୍ନ ବେଶ ଓ ଟାହିଆ ପାଇଁ ଏମାନେ ଫୁଲ ଓ ଫୁଲ ମାଳ ଯୋଗାଇଥାଆନ୍ତି. ଶ୍ରୀମନ୍ଦିରରୁ ଯାହା ବି ପାରଶ୍ରମିକ ମିଳେ ସେଥିରେ ଏମାନେ ଖୁସୀ. ମହାପ୍ରଭୁଙ୍କ କାମ ହୋଇଥିବାରୁ ବଂଶାନୁକ୍ରମେ ଦୟଣା ମାଳୀ ସେବା ରଣାଙ୍କ ପରିବାର କରିଆସୁଛନ୍ତି.
Sign in
Sign in
Recover your password.
A password will be e-mailed to you.