ଗର୍ଭବତୀଙ୍କ ପାଇଁ ଗୁଆସେମି ଔଷଧ ଭଳି କରେ କାମ

0 1,160

ଭୁବନେଶ୍ୱର: ଗୁଆସେମି ପରିବା ଠାରୁ ଅଧିକ ଏହା ଏକ ଔଷଧ ଅଟେ । ଏଥିରେ ଉଭୟ ପ୍ରୋଟିନ ଓ ଫାଇବର ଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ-କେ, ଭିଟାମିନ-ସି, ଭିଟାମିନ-ଏ, ଫୋଲିକଏସିଡ ଓ କାର୍ବୋହାଇଡେଟସ ସହିତ ପ୍ରଚୁର ମାତ୍ରାରେ ଖଣିଜ, ଫସଫରସ, କ୍ୟାଲସିୟମ, ଆୟରନ, ଓ ପୋଟାସିୟମ ମଧ୍ୟ ମିଳିଥାଏ ।

ଏହାର ଆଉ କ’ଣ ଲାଭ ଅଛି ଆସନ୍ତୁ ଜାଣିବା-
-ଗୁଆସେମିରେ ଗ୍ଳାଇକୋ ନ୍ୟୁଟ୍ରିଏଣ୍ଟ ରହିଥାଏ, ଯାହା ଶରୀରରେ ରକ୍ତ ଉଚ୍ଚ ସ୍ତରକୁ ନିୟନ୍ତ୍ରିତ କରିଥାଏ ।

-ଗୁଆସେମି ଗର୍ଭବତୀ ମାନଙ୍କ ଠାରେ ଆୟରନ ଓ କ୍ୟାଲସିୟମର ଅଭାବକୁ ପୂରା କରିଥାଏ ।

-ଏଥିରେ ରହିଥିବା ଫୋଲିକଏସିଡ ଭ୍ରୁୁଣକୁ ବହୁତ ସମସ୍ୟାରୁ ରକ୍ଷା କରିଥାଏ ।

-ଏଥିରେ ରହିଥିବା ଭିଟାମିନ କେ ଭ୍ରୁଣକୁ ବଢିବାରେ ସାହାଯ୍ୟ କରିଥାଏ ।
-ଗୁଆସେମିରେ କ୍ୟାଲସୟମ, ଭିଟାମିନ-କେ ଓ ଫସଫରସ ରହିଥାଏ, ଯାହା ହାଡ଼କୁ ଶକ୍ତ କରିଥାଏ ।

-ଗୁଆସେମିର ହାଇପୋଗ୍ଳାଇସେମିକ ଓ ହାଇପୋଲିପିଡେମିକ ଗୁଣ ଉଚ୍ଚ ରକ୍ତଚାପ ଥିବା ଲୋକମାନଙ୍କ ପାଇଁ ଲାଭଦାୟକ ଅଟେ ।

Leave A Reply