ମୁମ୍ବାଇ ବିମାନ ବନ୍ଦରରୁ ବିଦେଶ ଯାଇପାରିଲେନି ଜେଟ୍‌ ଏୟାରେଓ୍ଵଜ୍‌ର ପୂର୍ବତନ ଚେୟାରମ୍ୟାନ୍‌-ତାଙ୍କ ପତ୍ନୀ

0 947

ମୁମ୍ବାଇ: ଜେଟ୍‌ ଏୟାରେଓ୍ଵଜ୍‌ର ପୂର୍ବତନ ଚେୟାରମ୍ୟାନ ନରେଶ ଗୋୟଲ ଏବଂ ତାଙ୍କ ପତ୍ନୀ ଅନିତା ଗୋୟଲଙ୍କୁ ଅଧିକାରୀମାନେ ଶନିବାର ମୁମ୍ବାଇ ବିମାନ ବନ୍ଦରରେ ବିଦେଶ ଯାତ୍ରା ବେଳେ ଅଟକାଇଥିବା ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ସୂତ୍ର ଅନୁସାରେ ଗୋୟଲ ଏବଂ ତାଙ୍କ ପତ୍ନୀ ଦୁବାଇ ଯିବାକୁ ଥିବା ଆମିରତ ଇକେ-୫୦୭ରେ ଯାତ୍ରା କରିଥାନ୍ତେ। ଆବ୍ରଜନ ଅଧିକାରୀମାନେ ତାଙ୍କୁ ବିଦେଶ ଯାତ୍ରା ପାଇଁ ମନା କରି ଦେଇଥିଲେ। ଅନିତା ଗୋୟଲଙ୍କ ସାମାନ ମଧ୍ୟ ବିମାନରୁ ତଳକୁ ଓହ୍ଲାଇ ଦିଆଯାଇଥିଲା। ବିମାନ ଅପରାହ୍ଣ ୩ଟା ୩୫ରେ ଥିଲା। ନରେଶ ଗୋୟଲ ଏବାବଦରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଆମିରତ ପ୍ରତିକ୍ରିୟା ମଧ୍ୟ ଗଣମାଧ୍ୟମକୁ ମିଳି ପାରି ନାହିଁ।

ସୂଚନାଯୋଗ୍ୟ ଗତ ମାସରେ ଜେଟ ଏୟାରେଓ୍ଵଜ୍‌ର ଅଧିକାରୀ ଏବଂ କର୍ମଚାରୀ ସଂଘର ସଭାପତି କିରଣ ପାଓ୍ଵସକର ମୁମ୍ବାଇ ପୋଲିସ ଆୟୁକ୍ତଙ୍କୁ ଚିଠି ଲେଖିଥିଲେ। କିଛି ମାସ ହେବ କର୍ମଚାରୀଙ୍କୁ ଦରମା ନ ମଳିବା ପାଇଁ ଗୋୟଲ, ଅନ୍ୟ ନିର୍ଦ୍ଦେଶକ ଏବଂ ଜେଟ ଏୟାରେଓ୍ଵଜ ପରିଚାଳନାର ବରିଷ୍ଠ ଅଧିକାରୀଙ୍କ ପାସପୋର୍ଟ ଜବତ କରିବାକୁ କୁହାଯାଇଥିଲା। ନରେଶ ଗୋୟଲ ଏବଂ ତାଙ୍କ ପତ୍ନୀ ଅନିତା ଗୋୟଲ ମାର୍ଚ୍ଚରେ ଜେଟ୍‌ ଏୟାରେଓ୍ଵଜର ନିର୍ଦ୍ଦେଶକ ମଣ୍ଡଳରୁ ଇସ୍ତଫା ଦେଇଥିଲେ। ନରେଶ ଗୋୟଲ ୨୬ ବର୍ଷ ତଳେ ଜେଟ ଏୟାରେଓ୍ଵଜ ଆରମ୍ଭ କରିଥିଲେ।

Leave A Reply