ଆଧୁନିକ ଭାରତୀୟ ବଜାରରେ ଆଜି ବି ରହିଛି ପାରମ୍ପରିକ ଚାହିଦା
ଆଧୁନିକ ଭାରତୀୟ ଯୁବପୀଢ଼ି ଅନଲାଇନ ସପିଂଙ୍ଗ କରିବାକୁ ପସନ୍ଦ କରୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ ଯେତେବେଳେ କଥା ଉଠେ ପାରମ୍ପରିକ ଜିନିଷ ପ୍ରତି, ସେତେବେଳେ ଲୋକେ ସହରର ସ୍ଥାନୀୟ ବଜାରକୁ ଆବଶ୍ୟକ ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି । ଏମିତି ବଜାର ଭାରତରେ ବହୁତ ଅଛି । ପ୍ରାୟ ସବୁ ରାଜ୍ୟର କାରିଗରୀ କିଛି ନା କିଛି ଜିନିଷ ପାଇଁ ପ୍ରସିଦ୍ଧ ଅଟେ । ଜିନିଷ କିଣିବା ପାଇଁ ମାଧ୍ୟମ ହେଇଛି ଏହି ବଜାର । ଭାରତର କିଛି ପ୍ରସିଦ୍ଧ ପାରମ୍ପରିକ ବଜାର ଜାଣନ୍ତୁ ।
ଦିଲ୍ଲୀ ହାଟ, ଦିଲ୍ଲୀ
ଦକ୍ଷିଣ ଦିଲ୍ଲୀରେ ଆଇଏନଏ ବଜାରର ଠିକ ସାମ୍ନାରେ ଦିଲ୍ଲୀ ହାଟ ରହିଛି । ସେଠାରୁ ଆପଣ ଭାରତର ବିଭିନ୍ନ ରାଜ୍ୟର ସୁନ୍ଦର ଜିନିଷ କିଣି ପାରିବେ । କେବଳ ସେତିକି ନୁହେଁ ଏଠାକୁ ଆସି ଆପଣ ସୁରଟ ଠାରୁ ଶିମଳା ପର୍ଯ୍ୟନ୍ତ ଓ ମହାରାଷ୍ଟ୍ର ଠାରୁ ମେଘାଳୟ ପର୍ଯ୍ୟନ୍ତ ଜିନିଷ କିଣି ମଜା ନେଇ ପାରିବେ ।
ଜୋହରି ବଜାର, ଜୟପୁର
ସବୁ ପ୍ରକାର ଗହଣାର ନୂଆ କଲେକଶନ ସଂପିଙ୍ଗ ପାଇଁ ରାଜସ୍ଥାନର ଜୟପୁର ହେଉଛି ଭଳ ସ୍ଥାନ । ଏଠାରେ ଏମିତି ଅନେକ ବଜାର ରହିଛି, ଯେଉଁଠାରୁ ଆପଣ ମୂଲ୍ୟବାନ ପଥର ଓ ରତ୍ନ ପଥର କିଣି ପାରିବେ ତାହା ମଧ୍ୟ ଗ୍ୟାରେଣ୍ଟି ସହିତ ।
ଇମା ବଜାର, ମଣିପୁର
ଏହି ବଜାରରେ ହାରାହାରି ୩୫୦୦ ମହିଳାମାନ ଜିନିଷପତ୍ର ବିକ୍ରି କରୁଥିବା ଦେଖାଯାଇଥାଏ । ଏହାକୁ ମଦର ବଜାର ନାମରେ ମଧ୍ୟ ଜଣାଯାଇଥାଏ । ଏହା ବହୁତ ବଡ ବଜାର, ଯେଉଁଠାରୁ ଆପଣଙ୍କୁ ଆବଶ୍ୟକର ସମସ୍ତ ଜିନିଷ ମିଳିଯିବ । ବଜାରର ଗୋଟିଏ ଭାଗରେ ପାରମ୍ପାରିକ ଖାଇବା- ପିଇବାର ଆଇଟମ ମିଲିଥାଏ ।
ଲକ୍କଡ ବଜାର, ଶିମଳା
ହିମାଚଳ ପ୍ରଦେଶରେ ମନ୍ଦିର, ଘର ଓ ଘର ସଜାଇବାର ବିଭିନ୍ନ ସାମଗ୍ରୀ ବନାଇବା ପାଇଁ କାଠର ବ୍ୟବହାର କରାଯାଇଥାଏ । ଏହି କାରଣରୁ ଶିମିଳାର ଲକ୍କଡ ବଜାରରେ ବହୁତ ପ୍ରକାର କାଠ ମିଲିଥାଏ ।
ନୂଆ ବଜାର, କୋଲକାତା
କୋଲକାତର ଲିଂଡସେ ରାସ୍ତାରେ ଥିବା ଏହି ବଜାରରେ ବ୍ରିଟିଶର ସ୍ମୁତିଚିହ୍ନ ଦେଖିବାକୁ ମିଳିଥାଏ । ତାହା ଆର୍କିଟେକଚର ହେଇଥାଉ ବା ଏଠାରେ ମିଳୁଥିବା ଜିନିଷ । ଛୋଟ ଜାଗାରେ ଏଠାରେ ଏତେ ଦୋକାନ ଦେଖି ଆର୍ଶ୍ଚଯ୍ୟ ଲାଗେ ।
କନୌଜ ବଜାର, ଉତ୍ତର ପ୍ରଦେଶ
ଉତ୍ତରପ୍ରଦେଶର କନୌଜ ଜିଲ୍ଲାକୁ ପରଫ୍ୟୁମ କ୍ୟାପିଟାଲ ନାମରେ ମଧ୍ୟ ଜଣାଯାଇଥାଏ । ଉଚ୍ଚକୋଟିର ଟେକ୍ନୋଲୋଜୀର ଜମାନାରେ ମଧ୍ୟ କନୌଜରେ ପରଫ୍ୟୁମ ବନାଇବା ପାଇଁ ପୁରୁଣା ପାରମ୍ପାରିକ ଶୈଳୀ ବ୍ୟବହାର କରାଯାଏ ।
ଲାଡ ବଜାର, ହାଇଦ୍ରାବାଦ
ଲାଡ ବଜାରକୁ ଚୁଡି ବଜାର ମଧ୍ୟ କୁହାଯାଏ । ଯଦି ଆପଣ ଗହଣାକୁ ପସନ୍ଦ କରନ୍ତି, ତେବେ ଏହି ବଜାରକୁ ନିଶ୍ଚତ ଥରେ ଟିଏ ବୁଲିବାକୁ ଆସନ୍ତୁ । ଏଠାରେ ହାରାହାରି ୧୦୦ ଦୋକାନ ଅଛି, ଯେଉଁଠାରେ ଏତେ ପ୍ରକାର ଚୁଡି ରହିଛି ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ଆପଣ କେଉଁଟା ନେବେ ।