ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ନିକଟରେ ପୁଣି ଫୁଟିଲା ବୋମା

0 1,216

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗୁରୁବାର ପୁଣି ଥରେ ବୋମା ବିସ୍ଫୋରଣ ଶବ୍ଦ ଶୁଭିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । କଲମ୍ବୋ ଠାରୁ ୪୦ କିଲୋମିଟର ଦୂର ପୁଗୋଡା ଟାଉନରେ ଏହି ବିସ୍ଫୋରଣ ଘଟିଛି । ପୋଲିସ ଓ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ମାଜିଷ୍ଟ୍ରେଟ କୋର୍ଟ ପଛପଟ ପଡ଼ିଆରେ ଏହି ବୋମା ବିସ୍ଫୋରଣ ଘଟିଛି । ପୋଲିସ ବିସ୍ଫୋରଣ ପରେ ଘଟଣାର ତଦନ୍ତ କରୁଛି ।

କ୍ରମାଗ୍ରତ ବୋମା ବିସ୍ଫୋରଣରେ ମର୍ମାହତ ଶ୍ରୀଲଙ୍କାରେ ଏବେ ବି ହାଇଆଲର୍ଟ ଜାରି ରହିଛି । ବୁଧବାର ଏଠରେ ଏକ ସିନେମା ହଲ ନିକଟରେ ଛିଡ଼ା ହୋଇଥିବା ଏକ ସଦିଗ୍ଧ ବାଇକକୁ ନିୟନ୍ତ୍ରିତ ବିସ୍ଫୋରଣରେ ଉଡାଇ ଦେଇଥିଲା । ପୋଲିସ କହିଛି ବାଇକ ନିକଟରୁ କୌଣସି ବୋମା ଉଦ୍ଧାର ହୋଇ ନାହିଁ । ଶ୍ରୀଲଙ୍କା ପୋଲିସ ସମସ୍ତ ବାହାନ ଚାଲକଙ୍କୁ କହିଛି, ସହରରେ କୌଣସି ସ୍ଥାନରେ ବି ବାହାନ ରଖିଲେ ନିଜର ଟେଲିଫୋନ ନମ୍ବର ଛାଡ଼ି ଯାଆନ୍ତୁ ।

ସୂଚନାଯୋଗ୍ୟ ଇଷ୍ଟର ଅବସରରେ ରବିବାର ଚର୍ଚ୍ଚ ଓ ହୋଟେଲରେ ହୋଇଥିବା କ୍ରମାଗତ ବୋମା ବିସ୍ଫୋରଣରେ ୩୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୬୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଦ୍ୱୀପପୁଂଜ ରାଷ୍ଟ ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି ।

Leave A Reply