ମୁମ୍ବାଇ .- ଦୀପିକା ପାଦୁକନ ଓ ରଣବୀର ସିଂ ବିବାହ କରିବା ପରେ ସେମାନଙ୍କ ବିବାହ ଫଟୋକୁ ନିଜର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ବୁଧବାରରେ କୋଙ୍କଣୀ ରୀତି ନୀତି ଅନୁସାରେ ଦୁଇ ଜଣଙ୍କର ବିବାହ ହୋଇଥିଲା । ଏଥିରେ ଦୀପିକା ପାଦୁକନ ଲାଲ ରଙ୍ଗର ପାଟ ଓ ରଣବୀର ସିଂ ଧଲା କୁର୍ତ୍ତାରେ ନଜର ଆସିଥିଲେ । ଇଟାଲୀର ଲେକ୍କୋମରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା ।