ଚଳିତ ବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପିଡବ୍ଲ୍ୟୁ ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା
ବାଲେଶ୍ୱର: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଘୋଷଣା କରାଯାଇଥିବା ୨୦୨୬ ଦଶମ ଶ୍ରେଣୀ ଫଳାଫଳ ଫିଜିକ୍ସୱାଲା ପାଇଁ ଏକ ବଡ ସଫଳତା ଆଣିଛି । ଏହାର ପ୍ରଥମ ବର୍ଷରେ ପିଡବ୍ଲ୍ୟୁର ବୋର୍ଡ ବୁଷ୍ଟର ଓଡିଆ ୧୦ମ ଶ୍ରେଣୀ ୨୦୨୬ ବ୍ୟାଚର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରୁ ସୋରସ୍ଥିତ କେ ସି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜଣେ ଛାତ୍ର, ଆଶୁତୋଷ ନାୟକ ମୋଟ ୬୦୦ରୁ ୫୮୮ ନମ୍ବରରଖି ରାଜ୍ୟରେ ଶୀର୍ଷ ର୍ୟାଙ୍କ ହୋଲ୍ଡର ମାନଙ୍କ ମଧ୍ୟରେ ଜଣେ ହୋଇପାରିଛନ୍ତି । ତାଙ୍କ ପଛରେ ଉଭୟ ଆୟୁଷ୍ମାନ ଦାସ ଓ ସୁମିତ କୁମାର ଦାସ ଅଛନ୍ତି ଯିଏ ୬୦୦ରୁ ୫୮୨ ନମ୍ବର ରଖିଛନ୍ତି ।
ଏହି ବ୍ୟାଚ ବ୍ୟତୀତ ଅନେକ ଛାତ୍ରଛାତ୍ରୀ ପିଡବ୍ଲ୍ୟୁର ଓଡିଶା ବୋର୍ଡ ୟୁଟ୍ୟୁବ ଲେକ୍ଚର୍ସରୁ ମଧ୍ୟ ପଢିଥିଲେ । ପିଡବ୍ଲ୍ୟୁର ୨୮ରୁ ଅଧିକ ଛାତ୍ରଛାତ୍ରୀ ୯୦% ଓ ତାହାଠାରୁ ଅଧିକ ମାର୍କ ରଖିଥିବାବେଳେ ଅନେକ ଛାତ୍ରଛାତ୍ରୀ ଗଣିତ ଓ ସଂସ୍କୃତରେ ୧୦୦% ମାର୍କ ରଖିଛନ୍ତି । ପିଡବ୍ଲ୍ୟୁ ପାଇଁ ଏହି ସଫଳତା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଓଡିଶା ବୋର୍ଡ ସହ ସମନ୍ୱିତ ଫିଜିକ୍ସୱାଲାର ପ୍ରଥମ ବର୍ଷର ପ୍ରତିନିଧିତ୍ୱ କରୁଛି ।
ସଫଳତା ହାସଲ କରିଥିବା ଆଶୁତୋଷ ଏଥିପାଇଁ ଶ୍ରେୟ ନିଜ ଅଭିଭାବକ, ଶିକ୍ଷକ ଓ ପିଡବ୍ଲ୍ୟୁର ଅନ୍ଲାଇନ କ୍ଲାସକୁ ଦେଇଛନ୍ତି ଯାହା ତାଙ୍କୁ ସ୍ଥିର ରହିବା ଓ ନିଜ ବିଷୟବସ୍ତୁଗୁଡିକରେ ସୁଦୃଢ ହେବା ପାଇର୍ ସାହାଯ୍ୟ କରିଥିଲା । ନିଜ ଫଳାଫଳ ସମ୍ପର୍କରେ ଆଶୁତୋଷ କହିଛନ୍ତି, “ବିଶେଷ କରି ମୁଁ ସହଜ ଅନୁଭବ କରୁଥିବା ଭାଷାରେ ପିଡବ୍ଲ୍ୟୁର ଓଡିଶା ବୋର୍ଡ ଲେକ୍ଚର ମାଧ୍ୟମରେ ପଢିବା ଏକ ବଡ ପାର୍ଥକ୍ୟ ସୃଷ୍ଟି କରିଥିଲା । ବିଷୟଗୁଡିକ ଅଧିକ ସ୍ପଷ୍ଟ ଅନୁଭବ ହୋଇଥିଲା ଓ ମୁଁ ମନେ ରଖିବା ପରିବର୍ତେ ବୁଝିବା ଉପରେ ଅଧିକ ଗୁରୁତ୍ୱ ଦେଇପାରିଥିଲି । ନିୟମିତ ଅଭ୍ୟାସ ଓ ଅଧ୍ୟାପକଙ୍କଠାରୁ ମାର୍ଗଦର୍ଶନ ମୋତେ ବର୍ଷସାରା ସ୍ଥିର ରହିବାରେ ସାହାଯ୍ୟ କରିଥିଲା ।”
ସେହିପରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଫିଜିକ୍ସୱାଲା (ପିଡବ୍ଲ୍ୟୁ)ର ପ୍ରତିଷ୍ଠାତା ଓ ଶିକ୍ଷକ, ଅଲଖ ପାଣ୍ଡେ କହିଛନ୍ତି, “ଏହି ଫଳାଫଳ ଆମର ଛାତ୍ରଛାତ୍ରୀ, ସେମାନଙ୍କର ଶୃଙ୍ଖଳା, ନୀରବ ବଳିଦାନ ଓ ନିଜ ସ୍ୱପ୍ନ ଉପରେ ସେମାନଙ୍କର ବିଶ୍ୱାସ ସହ ଜଡିତ । ଓଡିଶାରେ ଏହା ଆମର ପ୍ରଥମ ବର୍ଷ ଏବଂ ଯାହା ଏହାକୁ ଅଧିକ ସ୍ୱତନ୍ତ୍ର କରୁଛି ତାହା ହେଉଛି ଛାତ୍ରଛାତ୍ରୀମାନେ ସେମାନେ ବାସ୍ତବରେ କ’ଣ ଶିଖୁଛନ୍ତି ତାହା ବୁଝିପାରୁଛନ୍ତି । ଆମର ପ୍ରୟାସ ହେଉଛି ଏକ ସଠିକ ମାର୍ଗଦର୍ଶନ, ଅଭ୍ୟାସ ଓ ପରାମର୍ଶ ସହିତ ସେମାନଙ୍କ ସହ ଛିଡା ହେବ, ଯାହାଫଳରେ ସେମାନେ ନିଜର କ୍ଷମତାକୁ ଅନୁଭବ କରିପାରିବେ ।”
Comments are closed, but trackbacks and pingbacks are open.