ନିବେଶକଙ୍କୁ ଆର୍ଥିକ ଠକେଇରୁ ସୁରକ୍ଷିତ ରଖିବା ପାଇଁ ସେବି ଓ ଏନଏସଇର ମିଳିତ ପଦକ୍ଷେପ

4

ଭୁବନେଶ୍ୱର: ବର୍ତମାନ ସମୟରେ ନକଲି ଟ୍ରେଡିଂ ଆପ୍ ଓ ଡିପ୍‌ଫେକ ଭିଡିଓଗୁଡିକରୁ ଆରମ୍ଭ କରି ଅଣପଞ୍ଜୀକୃତ ନିବେଶ ପରାମର୍ଶଦାତା ଓ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଷ୍ଟକ୍ ପରାମର୍ଶ ପର୍ଯ୍ୟନ୍ତ ଠକମାନେ ଟେକ୍ନୋଲୋଜିର ଅପବ୍ୟବହାର କରିବା ସହ ନିବେଶକଙ୍କ ବିଶ୍ୱାସ ହ୍ରାସ କରୁଛନ୍ତି। ତେଣୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ପକ୍ଷରୁ ହାସଟ୍ୟାଗ ସେବିବନାମଦୁର୍ନୀତି ଶୀର୍ଷକ ଏକ ଜାତୀୟସ୍ତରୀୟ ନିବେଶକ ସଚେତନତା କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହା ନିବେଶକମାନଙ୍କୁ ବିଭିନ୍ନ ପ୍ରକାରର ଆର୍ଥିକ ଠକେଇ ସମ୍ପର୍କରେ ସଚେତନ କରିବା ଏବଂ ସେମାନଙ୍କୁ ସେଥିରୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟ ରଖିଛି। ସେବିର ମାର୍ଗଦର୍ଶନ ଓ ନିୟାମକୀୟ ତତ୍ୱାବଧାନରେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡ (ଏନଏସଇ) ଏହି କ୍ୟାମ୍ପେନକୁ ସମର୍ଥନ କରିବା ପାଇଁ ଏକ ବିସ୍ତୃତ ନିବେଶକ ସୁରକ୍ଷା ଅଭିଯାନର ଆରମ୍ଭ କରିଛି। ଏହି ଅଭିଯାନ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସୁରକ୍ଷିତ ନିବେଶ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସୂଚିନ୍ତିତ ନିଷ୍ପତି ନେବା ପାଇଁ ନିବେଶକଙ୍କୁ ସଶକ୍ତ କରିବାକୁ ଚାହୁଁଛି। ସାଧାରଣ ଠକେଇଗୁଡିକୁ ଲୋକଲୋଚନକୁ ଆଣି ଏବଂ ମାର୍ଗଦର୍ଶନ ପ୍ରଦାନ କରି ଏହି କ୍ୟାମ୍ପେନ ନିବେଶକଙ୍କୁ ଚେତାବନୀ ସଙ୍କେତଗୁଡିକୁ ଚିହ୍ନଟ କରିବା, ଉତ୍ସଗୁଡିକୁ ଯାଂଚ କରିବା ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ କରିବାରେ ସାହାଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଏକ ଅଧିକ ସୁରକ୍ଷିତ ଓ ସ୍ୱଚ୍ଛ ଆର୍ଥିକ ଇକୋସିଷ୍ଟମ ପ୍ରତି ଯୋଗଦାନ ଦେବ।
ସର୍ବାଧିକ ପହଂଚ ସୁନିଶ୍ଚିତ କରିବା ପାଇଁ ସେବିର ତତ୍ୱାବଧାନରେ ଏନଏସଇ ଟେଲିଭିନ, ରେଡିଓ, ପ୍ରିଂଟ, ଡିଜିଟାଲ ଓ ସୋସିଆଲ ମିଡିଆ ସମେତ ଏକାଧିକ ମିଡିଆ ପ୍ଲାଟଫର୍ମଗୁଡିକର ଉପଯୋଗ କରିବ। ନିବେଶକ ସଚେତନତା କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ନିବେଶକ ସଚେତନତା ବାର୍ତାର ପ୍ରସାର କରାଯିବ ଯାହାକୁ ଫିଜିକାଲ, ଡିଜିଟାଲ ଓ ହାଇବ୍ରିଡ ମୋଡ୍‌ରେ କରାଯିବ। ଏହି ମଲ୍ଟି-ଚ୍ୟାନେଲ ପଦ୍ଧତିକୁ ସହରାଂଚଳ ଓ ଗ୍ରାମାଂଚଳରେ, ଏକାଧିକ ଭାଷାରେ ଏବଂ ବିଭିନ୍ନ ଦର୍ଶକଙ୍କ ପାଇଁ ପହଂଚଯୋଗ୍ୟ ଓ ନିୟୋଜିତ ଫର୍ମାଟ୍ ମାଧ୍ୟମରେ ନିବେଶକଙ୍କ ନିକଟରେ ପହଂଚିବା ପାଇଁ ଡିଜାଇନ କରାଯାଇଛି।
ସିକ୍ୟୁରିଟି ମାର୍କେଟରେ ନିଶ୍ଚିତ କିମ୍ବା ସ୍ଥାୟୀ ରିଟର୍ଣ୍ଣର ପ୍ରତିଶ୍ରୁତି ଜାଲରେ ଫଶନ୍ତୁ ନାହିଁ। ଏଭଳି ଅଫରଗୁଡିକ ବେଆଇନ ଓ ବିଭ୍ରାନ୍ତିକର ଅଟେ। ଅଜଣା ଉତ୍ସରୁ ଆସୁଥିବା ଅବାଂଛିତ ମେସେଜଗୁଡିକୁ ଅଣଦେଖା କରନ୍ତୁ। ସେବି, ଏନଏସଇ କିମ୍ବା ସମ୍ପୃକ୍ତ କମ୍ପାନୀ ଭଳି ଔପଚାରିକ ୱେବସାଇଟ ମାଧ୍ୟମରେ ସବୁବେଳେ ସୂଚନାଗୁଡିକୁ ଯାଂଚ କରନ୍ତୁ। ଅନିୟନ୍ତ୍ରିତ ଆପଗୁଡିକୁ ଡାଉନଲୋଡ କରନ୍ତୁ ନାହିଁ କିମ୍ବା ନିବେଶ ପରାମର୍ଶ ଦେଉଥିବା ଚାଟ୍ ଗ୍ରୁପରେ ସାମିଲ ହୁଅନ୍ତୁ ନାହିଁ। କେବଳ ସେବି ସହ ପଞ୍ଜୀକୃତ ମଧ୍ୟସ୍ଥି କିମ୍ବା ରିସର୍ଚ୍ଚ ଆନାଲିଷ୍ଟଙ୍କ ସହ ଜଡିତ ହୁଅନ୍ତୁ। ସେମାନଙ୍କର ପ୍ରମାଣପତ୍ରକୁ ଯାଂଚ କରନ୍ତୁ । ଅଫିସିଆଲ ଆପ ଷ୍ଟୋରଗୁଡିକ ମାଧ୍ୟମରେ କେବଳ ସେବି-ପଞ୍ଜୀକୃତ ଟ୍ରେଡିଂ ସଦସ୍ୟଙ୍କ ଟ୍ରେଡିଂ ଆପ୍‌ଗୁଡିକୁ ଡାଉନଲୋଡ କରନ୍ତୁ ଏବଂ ଡାଉନଲୋନ ପୂର୍ବରୁ ଆପଗୁଡିକୁ ଯାଂଚ କରନ୍ତୁ । ଆପଣଙ୍କ ଷ୍ଟକ୍‌ବ୍ରୋକରଙ୍କ ପଞ୍ଜୀକୃତ କ୍ଲାଏଂଟ ବ୍ୟାଙ୍କ ଆକାଉଂଟକୁ ଅର୍ଥ ଟ୍ରାନ୍ସଫର କରନ୍ତୁ। କୌଣସି ପ୍ରକାରର ଠକେଇ ସମ୍ପର୍କରେ ଙ୍ଗଙ୍ଗଙ୍ଗ.ମଚ୍ଚଭରକ୍ସମକ୍ସସଜ୍ଞର.ଶକ୍ଟଙ୍ଖ.ସଦ୍ଭ ରେ କିମ୍ବା ସାଇବରକ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ରେ କଲ୍ କରି ଅଭିଯୋଗ କରନ୍ତୁ। ନିବେଶକଙ୍କ ସହଯୋଗ ପାଇଁ ଏନଏସଇ ସହ ୧୮୦୦ ୨୬୬ ୦୦୫୦ରେ ଯୋଗାଯୋଗ କରନ୍ତୁ।

Comments are closed, but trackbacks and pingbacks are open.