୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦେଶର ୭୨ ଲୋକସଭା ଆସନ ପାଇଁ ମତଦାନ ଜାରି

0 475

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ଦେଶର ୭୨ଟି ଆସନରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ଆଜି ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପାଖାପାଖି ପାଖାପାଖି ୧୨ କୋଟି ମତଦାତା ଭୋଟ ଦେଉଛନ୍ତି । ଏହି ପର୍ଯ୍ୟାୟରେ ବିହାର ୫ଟି, ଜମ୍ମୁ ଏବଂ କାଶ୍ମୀର ଗୋଟିଏ, ଝାଡ଼ଖଣ୍ଡ ୩ଟି, ମଧ୍ୟପ୍ରଦେଶ ୬ଟି, ମହାରାଷ୍ଟ୍ର ୧୭ଟି, ଓଡିଶା ୬ଟି, ରାଜସ୍ଥାନ ୧୩, ଉତ୍ତରପ୍ରଦେଶ ୧୩ ଓ ପଶ୍ଚିମବଙ୍ଗରେ ୮ଟି ଆସନରେ ମତଦାନ ହେଉଛି । ଏହି ପର୍ଯ୍ୟାୟରେ କିଛି ହେଭିୱେଟ ନେତାଙ୍କର ଭାଗ୍ୟ ଇଭିଏମ ଭିତରେ ସିଲ ହୋଇଯିବ ।

ଆଜିର ମତଦାନରେ ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀ ଦଳ ଯଥା ଏନଡିଏର ଶିବସେନା, ଜନତା ଦଳ ୟୁନାଇଟେଡ, ଲୋକ ଜନଶକ୍ତି ପାର୍ଟି, କଂଗ୍ରେସ ଓ ଏହାର ସହଯୋଗୀ ଦଳ ୟୁପିଏ ମୁକାବିଲା କରୁଛି । କଂଗ୍ରେସର ମୁଖ୍ୟ ସହଯୋଗୀ ଦଳ ଜାତୀୟବାଦୀ କଂଗ୍ରେସ ପାର୍ଟି ଓ ମହାରାଷ୍ଟ୍ର ନବ ନିର୍ମାଣ ସେନା ଏକାଠି ହୋଇଛନ୍ତି । ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଏଥର ଏକାଠି ହୋଇ ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି । ସେହିପରି ନିର୍ବାଚନରେ ସିପିଆଇ, ତୃଣମୂଳ କଂଗ୍ରେସ, ନିଜସ୍ୱ ଉଦ୍ୟମରେ ନିର୍ବାଚନ ଲଢୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟର ଜରିଆରେ ମତଦାତାଙ୍କୁ ଆହ୍ୱାନ କରିଛନ୍ତି । ବିଗତ ୩ଟି ପର୍ଯ୍ୟାୟ ଅପେକ୍ଷା ଚଳିତ ପର୍ଯ୍ୟାୟରେ ଅଧିକରୁ ଅଧିକ ମତଦାନ କରନ୍ତୁ ମୋଦୀ କହିଛନ୍ତି । ଯୁବ ଭୋଟରଙ୍କୁ ମୋଦୀ ଅଧିକ ଉତ୍ସାହିତ କରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ମୁମ୍ବାଇରୁ ବିଜେପି ଲୋକସଭା ପ୍ରାର୍ଥୀ ପୁନମ ମହାଜନ, ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅଭିନେତ୍ରୀ ଉର୍ମିଲା ମାତଣ୍ଡେକର, ଶିଳ୍ପପତି ଅନିଲ ଅମ୍ବାନୀ ଆଜି ସକାଳୁ ଭୋଟ ଦେଇଛନ୍ତି ।

Leave A Reply