ମୁଜାଫରପୁର ଶିଶୁ ମୃତ୍ୟୁ ଘଟଣା: ଡାକ୍ତର କହିଲେ- ୪୦% ପିଲା ଲିଚୁ ଖାଇ ନାହାନ୍ତି

0 1,187

ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ହେଉଥିବା ପିଲାମାନଙ୍କର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦିଲ୍ଲୀର ଏକ ଟିମ ଇନସେଫାଲଇଟିସ ବିଷୟରେ ଗମ୍ଭୀରତାର ସହିତ ଅନୁଧ୍ୟାନ କରିଛନ୍ତି । ସେମାନେ ପାଇଛନ୍ତି ଯେ ପିଲାମାନଙ୍କୁ ହେଉଥିବା ରୋଗ ଇସ୍ନୋଫଲାଇଟିସ ପରି ନୁହେଁ ବରଂ ଏହାର ଲକ୍ଷଣ ଇସ୍ନୋଫଲାଇଟିସ ପରି ଅଟେ । ଡାକ୍ତରମାନଙ୍କର କହିବା ଅନୁସାରେ ଏହି ଯେଉଁ ଲକ୍ଷଣ, ଏଥିରୁ ରୋଗର କାରଣ ଲିଚୁ ରହିଥିବା ଲାଗୁନାହିଁ । ଏହା ସହିତ ଏହା ମଧ୍ୟ ଜଣାପଡିଛି ଯେ ରୋଗରେ ପୀଡିତ ୪୦ ପ୍ରତିଶତ ପିଲାମାନେ କେବେ ଲିଚୁ ଖାଇନାହାଁନ୍ତି ।

ପ୍ରଭାବିତ ଗାଁମାନଙ୍କରେ ବୁଲି ଦେଖିଲେ ଡାକ୍ତର
ପ୍ରୋଗ୍ରେସିଭ ମେଡକୋଜ ଆଣ୍ଡ ସାଇନ୍ସଟିଷ୍ଟ ଫୋରମର ନ୍ୟାସନାଲ କନଭେନର ଡାକ୍ତର ହରଜିତ ସିଂହ ଭଟ୍ଟି କହିଛନ୍ତି ଯେ, ଦିଲ୍ଲୀରୁ ତିିିନି ଜଣ ଡାକ୍ତର ଓ ପାଟଣାରୁ ଚାରି ଜଣ ଡାକ୍ତରଙ୍କର ଗୋଟିଏ ଟିମ ମିଶି ଘଟଣା ସ୍ଥଳରେ ପହଂଚିଥିଲେ ଓ ରୋଗରେ ପ୍ରଭାବିତ ଦୁଇଟି ଗାଁ ବିନ୍ଦା ଓ ଚାନ୍ଦ ଯାଇ ଅନୁଧ୍ୟାନ କରିଛନ୍ତି । ଯେଉଁ ଘରରେ ପିଲାମାନଙ୍କର ମୃତ୍ୟୁ ହୋଇଛି ଡାକ୍ତରଙ୍କ ଟିମ ସେଠାକୁ ମଧ୍ୟ ଯାଇଥିଲେ ଓ ଯେଉଁ ଘରରେ ପିଲା ଅସୁସ୍ଥ ଅଛନ୍ତି ସେଠାକୁ ମଧ୍ୟ ଯାଇଥିଲେ । ଡାକ୍ତରଖାନାର ଡାକ୍ତର, ମେଡିକାଲ ଅଧୀକ୍ଷକ, ପିଡିଏଟ୍ରିକ୍ସ ଏଚଓଡି ସମସ୍ତଙ୍କ ସହିତ ସାକ୍ଷାତ କରିଥିଲେ ଓ ଏହା ବିଷୟରେ ବିସ୍ତାର ଭାବରେ ଆଲୋଚନା କରିଥିଲେ ।

ଇସ୍ନୋଫଲାଇଟିସ ନୁହେଁ ଇସ୍ନୋଫ୍ଲୋପୈଥି ହୋଇପାରେ ରୋଗର କାରଣ
ଡାକ୍ତର ଭଟ୍ଟି କହିଛନ୍ତି ଯେ, ଯେଉଁ ପ୍ରକାର ଲକ୍ଷଣ ଦେଖାଯାଇଛି, ଏଥିରେ ଆମକୁ ଲିଚୁ କାରଣରୁ ଏହି ରୋଗ ହେଉଛି ଏହା ଲାଗୁନାହିଁ । ସେ କହିଛନ୍ତି, ଆମକୁ ଇସ୍ନୋଫାଇଟିସ ମଧ୍ୟ ଲାଗୁନି, କାରଣ ଏଥିରେ ମସ୍କକରେ ଇନଫେକସନ ହୋଇଥାଏ, ତାହା ଭାଇରସ କାରଣରୁ ହେଇଥାଉ ବା ବ୍ୟାକ୍ଟେରିଆ କାରଣରୁ ହେଇଥାଉ । ଆମକୁ ଲାଗୁଛି ଯେ, ପିଲାମାନଙ୍କୁ ଇସ୍ନୋଫ୍ଲୋପୈଥି ହୋଇଛି । ଏଥିରେ ଲକ୍ଷଣ ଇସ୍ନୋଫଲାଇଟିସ ପରି ଜଣାପଡିଥାଏ କିନ୍ତୁ ଶରୀରରେ ସୁଗର ଲେଭେଲ ବହୁତ କମ ହୋଇଯାଇଥାଏ । ଏହାର କାରଣ ଉପରେ ଏବେ ଗବେଷଣା କରାଯାଉଛି । ଯେଉଁ ପିଲାମାନଙ୍କର ମୃତ୍ୟୁ ହୋଇଛି ତାଙ୍କର ମତ୍ୟୁର କାରଣ ଦେଖିଲେ ଜଣା ପଡୁଛି ଯେ ଅଧିକାଂଶ ପିଲା ହାଇପୋଗ୍ଲେସିମିୟା ଶିକାର ହୋଇଥିଲେ ଓ ତାଙ୍କର ରକ୍ତ ସୁଗର ୨୦,୩୦,୪୦ ଥିଲା ।

Leave A Reply