ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୨ର ୨୦ ବିଜେତା ସମ୍ବର୍ଦ୍ଧିତ

143

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୧୬ତମ ସଂସ୍କରଣର ଗ୍ରାଣ୍ଡ୍ ଫିନାଲେ ଆଜି ଭବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ଜରିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌୍‌ର ସହଯୋଗିତାରେ ଆୟୋଜିତ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟରେ ଟାଟା ଷ୍ଟିଲ୍‌ର ଏହି ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ ସ୍କୁଲ୍‌ରୁ ୭୭,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଟାଇମ୍ ଟୁ ଅନ୍‌ରାଭେଲ୍ ଦି ୟୁନିଭର୍ସ’ (ବ୍ରହ୍ମାଣ୍ଡକୁ ଉନ୍ମୋଚନ କରିବାର ସମୟ) ।
ବିଜେତାମାନେ ୨୦୨୩ ମେ ମାସ ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଅନ୍ୟତମ ପ୍ରମୁଖ ବ୍ୟବସ୍ଥାକୁ ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନୀଙ୍କ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ ।
ଏହି ଅବସରରେ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କମିସନର୍ ତଥା ସଚିବ ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମା (ଆଇଏଏସ୍‌), ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ଓ ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦେଶିକା ଶ୍ରୀମତୀ ସଂଜୁଲତା ବେହେରା, ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ନିର୍ଦେଶକ ଡକ୍ଟର କରୁଣାକର ନନ୍ଦ ଏବଂ ଟାଟା ଷ୍ଟିଲ୍‌ର କର୍ପୋରେଟ୍ କମ୍ୟୁନିକେସନ୍ ମୁଖ୍ୟ ଶ୍ରୀଯୁକ୍ତ ସର୍ବେଶ କୁମାର ଉପସ୍ଥିତ ଥିଲେ ।

ଭିଡିଓ ବାର୍ତାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ୟାଟ୍‌ସ ଏଭଳି ଏକ ମଂଚ ଭାବେ ଉଦୀୟମାନ ହୋଇଛି ଯାହା ଯୁବ ପ୍ରତିଭାମାନଙ୍କୁ କିଛି ଅଲଗା ଚିନ୍ତା କରିବା ଏବଂ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଉତ୍ସାହିତ କରୁଛି । ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ଆହୁରି ସୁଦୃଢ଼ କରିବା ଦିଗରେ ୟାଟ୍‌ସ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ’’ ।

Comments are closed, but trackbacks and pingbacks are open.