ଆୟୁଷ୍ମାନ ଯୋଜନାରେ ୧୫ ହଜାର ଲୋକ ନେବେ ପ୍ରଶିକ୍ଷଣ
ରାଞ୍ଚି: ଦେଶରେ ଗରିବମାନଙ୍କୁ ଭଲ ଚିକିତ୍ସାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ରାଷ୍ଟୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଓ ଆଇସିଆଇସିଆଇ ଫାଉଣ୍ଡେସନ ହାତ ମିଶାଇଛି । ଦୁଇ ସଂଗଠନ ଅସହାୟମାନଙ୍କ ପାଖରେ ଏହି ଯୋଜନାର ଲାଭ ପହଂଚାଇବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ତଥା ପ୍ରଧାନମନ୍ତ୍ରୀ ଆରୋଗ୍ୟ ମିତ୍ର ପ୍ରଶିକ୍ଷିତ କରିବା ପାଇଁ ଭାଗିଦାରୀ ହୋଇଛନ୍ତି ।
୨୦ଟି କେନ୍ଦ୍ରରେ ଦିଆଯିବ ପ୍ରଶିକ୍ଷଣ-
ସମାବେଶର ବୃଦ୍ଧି ପାଇଁ ଏନଏଚଏ ଓ ଆଇସିଆଇସିଆଇ ଫାଉଣ୍ଡେସନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଚିକିତ୍ସା କର୍ମୀମାନଙ୍କୁ କୁଶଳୀ କରିବା ଲକ୍ଷ୍ୟ ରଖିଛି । ଏହି ଭାଗୀଦାରିରେ ଗୋଟଏ ବର୍ଷରେ ୧୫ ହଜାରରୁ ଅଧିକ ରାଜ୍ୟ କର୍ମୀ ତଥା ଆରୋଗ୍ୟ ମିତଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏନଏଚଏ ଜଣେ ଅଧିକାରୀ କହିଛନ୍ତି, ପ୍ରଶିକ୍ଷଣ ପରେ ପ୍ରଶକ୍ଷିତ କର୍ମୀମାନଙ୍କୁ ବହୁତ ଭଲ ଭାବରେ ଏହି ଯୋଜନା ବୁଝିବାକୁ ସାହାଯ୍ୟ କରିବ ।