ବୁର୍ଲା: ଜଣେ ଗର୍ଭବତୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ସୁବଦେଗା ବ୍ଲକ ଅନ୍ତର୍ଗତ ପଂଚମାହାଳ ଗ୍ରାମର ଇଚ୍ଛା ସନ୍ଧା (୨୨ବର୍ଷ) ନାମକ ଜଣେ ଗର୍ଭବତୀଙ୍କୁ ଗୁରୁତର ପ୍ରସବ ଯନ୍ତ୍ରଣା ଯୋଗୁଁ ବୁର୍ଲାସ୍ଥିତ ଭିଏସଏସ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା । ତେଣୁ ଡାକ୍ତର ତୁରନ୍ତ ଚିକିତ୍ସା ଲାଗି ଏ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହି ସମୟରେ ଉକ୍ତ ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ତେଣୁ ମହିଳାଙ୍କ ସମ୍ପର୍କୀୟ ଉପାୟଶୂନ୍ୟ ହୋଇପଡ଼ିଥିଲେ । ସଠିକ ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ସମାନ ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଜ୍ଞାନ ପ୍ରକାଶ ସୁରିନ ଉକ୍ତ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଏ’ପଜିଟିଭ ଥିଲା । ତେଣୁ ସେ ବିନା କୌଣସି ଦ୍ୱିଧାରେ ତୁରନ୍ତ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ । ଆଜି ତାଙ୍କର ଏହି ମାନବିକତା ଯୋଗୁଁ ଗର୍ଭବତୀଜଣଙ୍କ ଏକ ବଡ଼ ସଙ୍କଟରୁ ବର୍ତି ଯାଇଛନ୍ତି ।
Comments are closed, but trackbacks and pingbacks are open.