ତ୍ର ମାଘସପ୍ତମୀ ତିଥିରେ କୋଣାର୍କର ଚନ୍ଦ୍ରଭାଗାଠାରେ ମାଘସପ୍ତମୀ ବୁଡ଼ ଓ ମେଳା ଅନୁଷ୍ଠିତ
ଆଜି ପବିତ୍ର ମାଘସପ୍ତମୀ ତିଥିରେ କୋଣାର୍କର ଚନ୍ଦ୍ରଭାଗାଠାରେ ମାଘସପ୍ତମୀ ବୁଡ଼ ଓ ମେଳା ଅନୁଷ୍ଠିତ ହେଉଛି । ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ସର୍ବସାଧାରଣଙ୍କ ପାଇଁ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ୍ ରଖାଯାଇଛି । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଅପରାହ୍ଣ ୪ଟାରୁ ଆଜି ସକାଳ ପର୍ଯ୍ୟନ୍ତ ତୀର୍ଥ ପୁଷ୍କରିଣୀ ନିକଟରେ ସର୍ବସାଧାରଣଙ୍କ ବୁଡ଼ ଉପରେ କଟକଣା ଲାଗୁ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି । ସ୍ୱାଭାବିକ ଭାବେ ନୀତିକାନ୍ତି ଅନୁଷ୍ଠିତ ହେଉଛି । ନୀତିକାନ୍ତି ସହ ଜଡ଼ିତ ମାତ୍ର ୫୦୦ ଜଣଙ୍କୁ ବୁଡ଼ ପାଇଁ ଅନୁମତି ପ୍ରଦାନ କରାଯାଇଛି ।