ବଜାରରେ ଭିଭୋ ୱାଇ-୭୧ ସ୍ମାର୍ଟଫୋନ, ମୂଲ୍ୟ ୧୦,୯୯୦ ଟଙ୍କା

0 561

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୱାଇ-୭୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ୧୫.୨୧ ସେମି ସ୍କ୍ରିନ୍ ଡିସ୍ପ୍ଲେ ରହିଛି। ଏହାର ସ୍କ୍ରିନ୍ ବଡି ଅନୁପାତ ୮୪.୪ ପ୍ରତିଶତ ରହିଛି। ଏହାର ମୂଲ୍ୟ ୧୦,୯୯୦ ଟଙ୍କା ରହିଛି। ଏହା ଗେ୍ାଲ୍ଡ ଏବଂ ମେଟ୍ ବ୍ଳାକ୍ ରଙ୍ଗରେ ୨୦୧୮ ଏପ୍ରିଲ୍ ୧୪ରୁ ସମସ୍ତ ଅଫ୍ ଲାଇନ୍ ଷ୍ଟୋରରେ ଉପଲବ୍ଧ ହେଉଛି । ସେହିପରି ୨୦୧୮ ଏପ୍ରିଲ୍ ୧୬ଠାରୁ ଏହା ଅନ୍ ଲାଇନ୍ରେ ଭିଭୋ ଇ-ଷ୍ଟୋର, ଫ୍ଲିପ୍କାର୍ଟ ଡଟ୍ କମ୍, ଆମାଜନ ଡଟ୍ ଇନ୍ ତଇା ପେଟିଏମ୍ ଡଟ୍ କମ୍ରେ ଉପଲବ୍ଧ ହେବ। ଏଥିରେ ୧୩ଏମ୍ପି ପଛ କ୍ୟାମେରା, ୫ଏମ୍ପି ସେଲଫି କ୍ୟାମେରା ୩ଜିବି ରାମ୍, ୧୬ ଜିବି ରମ୍ କ୍ୱାଲକମ୍ ସ୍ନାପଡ୍ରାଗନ୍, ଆଣ୍ଡ୍ରଏଡ୍ ୮.୧, ଫେସ୍ ଆକ୍ସେସ୍,୧୮.୯ ଫୁଲ୍ ଭିୟୁ, ୩୩୬୦ଏମ୍ଏଏଚ୍ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି।

ଏହି ଅବସରରେ ଭିଭୋ ଇଣ୍ଡିଆର ସିଏମ୍ଓ କେନ୍ନି ଜେଙ୍ଗ୍ କହିଲେ, “ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ। ଆମ୍ଭେ ନିଶ୍ଚିତ ଯେ, ଏହି ୱାଇ-୭୧ ସ୍ମାର୍ଟଫୋନ୍ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ।”

ଏଥିରେ ୧୮.୯ ଫୁଲ୍ ଭିୟୁ ଡିସ୍ ପ୍ଲେ ରହିଛି। ଏହାର ର ବଡି ସ୍କ୍ରିନ୍ ଅନୁପାତ ସାଧାରଣ ଫୋନ୍ର ୧୬:୯ଠାରୁ ୧୨.୫ ପ୍ରତିଶତ ଅଧିକ ରହିଛି। ଯାହାକି ସମ୍ପୂର୍ଣ୍ଣ ଭିୟୁ ଉପଲବ୍ଧ କରାଇବାକୁ ସକ୍ଷମ ହୋଇଥାଏ।

ଏଥିରେ ଫେସ୍ ଆକ୍ସେସ୍ ଜ୍ଞାନକୌଶଳ ରହିଛି। ଯାହାକି ବ୍ୟବହାରକାରୀଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। ଏଥିରେ ଏଆଇ ପାୱାର ଫଟୋଗ୍ରାଫି ସୁବିଧା ରହିଛି। ଏଥିରେ ୧୩ ଏମ୍ପି ପିଡିଏଏଫ୍ୟୁକ୍ତ ପଛ କ୍ୟାମେରା ରହିଛି। ସେହିପରି ଏଥିରେ ୫ଏମ୍ପି ଏଆଇ ଫେସ୍ ବିୟୁଟି ବୈଶିଷ୍ଟ୍ୟ ଯୁକ୍ତସେଲଫି କ୍ୟାମେରା ରହିଛି। ଏଥିରେ ୩ଜିବି ରାମ୍ ଏବଂ ଶକ୍ତିଶାଳୀ କ୍ୱାଲକମ୍ ସ୍ନାପ୍ ଡ୍ରାଗନ୍ ପ୍ରୋସେସର୍ ରହିଛି ଯାହାକି ବ୍ୟବହାକାରୀଙ୍କ ଅଭିଜ୍ଞତା ବୃଦ୍ଧି କରିବାକୁ ସକ୍ଷମ ହେବ। ଏଥିରେ ଆଣ୍ଡ୍ରଏଡ୍ ୮.୧ ଓଏସ୍,୩୩୬୦ଏମ୍ଏଏଚ୍ ବ୍ୟାଟେରୀ, ଭିଭୋ ସ୍ମାର୍ଟ ଇଞ୍ଜିନ୍ ଆଦି ବୈଶିଷ୍ଟ୍ୟ ରହିଛି।

Leave A Reply