ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ- ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ କୌଣସି ଖର୍ଚ୍ଚ ରାଜ୍ୟସରକାରମାନଙ୍କୁ କରିବାକୁ ପଡିବ ନାହିଁ
ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ୨ଟି ଟିକା ବିକଶିତ କରିଛନ୍ତି। ତେବେ ଏହି ଟିକାର ସୁବ୍ୟବସ୍ଥିତ ଟିକାକରଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ https://www.viagrasansordonnancefr.com/ ଜରିଆରେ ଆଲୋଚନା କରିଛନ୍ତି।
ତେବେ ପ୍ରଥମ ପର୍ଯ୍ୟାୟରେ କରୋନା ଲଢ଼େଇରେ ସମ୍ମୁଖ ଯୋଦ୍ଧା ଭାବେ ବିବେଚିତ ୩ କୋଟି ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ କରୋନା ସମ୍ମୁଖ ଯୋଦ୍ଧା ଯେପରିକି ପୁଲିସ୍, ସୁରକ୍ଷାକର୍ମୀ ଓ ପରିମଳ ବ୍ୟବସ୍ଥା ସହ ଜଡ଼ିତ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ।
ଏହି ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ କୌଣସି ଖର୍ଚ୍ଚ ରାଜ୍ୟସରକାରମାନଙ୍କୁ କରିବାକୁ ପଡିବ ନାହିଁ। ଏହି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।