ପଟିଆ ଜେଡ୍ ଇଷ୍ଟେଟ୍ ଟାୱାରରେ ଟ୍ରେଣ୍ଡସ୍‌ର ନୂଆ ଅବତାର

2

ଉଦ୍‌ଘାଟନ କଲେ ଅଭିନେତ୍ରୀ ଭୂମିକା ଦାଶ

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଫ୍ୟାଶନ୍ ଷ୍ଟୋର ମଧ୍ୟରୁ ଅନ୍ୟତମ ତଥା ରିଲାଏନ୍ସ ରିଟେଲ୍‌ର ଅଂଶବିଶେଷ, ଟ୍ରେଣ୍ଡସ୍ ପକ୍ଷରୁ ଭୁବନେଶ୍ୱରର ପଟିଆସ୍ଥିତ ଜେଡ୍ ଇଷ୍ଟେଟ୍ ଟାୱାରରେ ନବୀକରଣ ହୋଇଥିବା ଷ୍ଟୋରର ପୁନଃଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାଶ ଉପସ୍ଥିତ ରହିଥିଲେ ।
ଭୂମିକା ଦାଶ ଫିତା କାଟି ନବୀକରଣ ଷ୍ଟୋରର ଶୁଭାରମ୍ଭ କରିବା ସହ ଷ୍ଟୋର ପରିସର ବୁଲି ଦେଖିଥିଲେ । ଏହି ସମୟରେ ସେ ମହିଳା, ପୁରୁଷ ଓ ଶିଶୁଙ୍କ ପୋଷାକ ସମେତ ବିଭିନ୍ନ ଫ୍ୟାଶନ୍ ସାମଗ୍ରୀର ନୂତନ କଲେକ୍ସନମାନ ଦେଖିଥିଲେ । ତାଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ ଓ ଉତ୍ସବମୁଖର କରିଥିଲା । ନବୀକରଣ ପରେ ଷ୍ଟୋରର ନୂଆ ରୂପ, ଆଧୁନିକ ସାଜସଜ୍ଜା ଏବଂ ବିଭିନ୍ନ ପ୍ରକାରର ଫ୍ୟାଶନ୍ ସାମଗ୍ରୀ ତାଙ୍କୁ ଆକର୍ଷିତ କରିଥିଲା ।
ଜେଡ୍ ଇଷ୍ଟେଟ୍ ଟାୱାର, ପଟିଆସ୍ଥିତ ନବୀକରଣ ହୋଇଥିବା ଟ୍ରେଣ୍ଡସ୍ ଷ୍ଟୋରରେ ଗ୍ରାହକମାନେ ଏବେ ଅଧିକ ଆକର୍ଷଣୀୟ ପରିବେଶ, ଆଧୁନିକ ଡିଜାଇନ୍ ଏବଂ ସୁଲଭ ମୂଲ୍ୟରେ ଉତମ ଗୁଣବତାଯୁକ୍ତ ଫ୍ୟାଶନ୍ ସାମଗ୍ରୀ ପାଇବାର ସୁବିଧା ପାଇପାରିବେ । ଏହି ନବୀକରଣ ମାଧ୍ୟମରେ ଟ୍ରେଣ୍ଡସ୍ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ନୂତନ ଫ୍ୟାଶନ୍‌କୁ ଆହୁରି ନିକଟତର କରିବା ସହ ଏକ ଉନ୍ନତ ସପିଂ ଅନୁଭୂତି ପ୍ରଦାନ କରିବାକୁ ପ୍ରୟାସ କରିଛି ।
ଏହି ପୁନଃଶୁଭାରମ୍ଭ ଅବସରରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ମଧ୍ୟ ରହିଛି । ୩,୪୯୯ ଟଙ୍କାର ସାମଗ୍ରୀ କିଣିଲେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇବାର ସୁଯୋଗ ରହିଛି । ଏଥିସହ ୩,୪୯୯ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର ସପିଂ ଉପରେ ଗ୍ରାହକମାନେ ସମ୍ପୂର୍ଣ୍ଣ ମାଗଣାରେ ୧,୫୦୦ ଟଙ୍କା ମୂଲ୍ୟର କୁପନ୍ ମଧ୍ୟ ପାଇପାରିବେ ।

Comments are closed, but trackbacks and pingbacks are open.