ଅକ୍ଟୋବରରୁ ସହଜରେ ମିଳିବ ଟ୍ରେନ ଟିକେଟ
ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀମାନେ ସଂରକ୍ଷିତ ସିଟକୁ ନେଇ ଅନେକ ସମୟରେ ଅଭିଯୋଗ ଆଣିଥାନ୍ତି । ମାତ୍ର ଆଗାମୀ ଅକ୍ଟୋବରରୁ ଟ୍ରେନ ଯାତ୍ରୀମାନଙ୍କ ପାଇଁ ଏହି ସମସ୍ୟା ରହିବ ନାହିଁ । ଅକ୍ଟୋବରରୁ ଟ୍ରେନମାନଙ୍କରେ ସବୁଦିନେ ଅତିରିକ୍ତ ଚାରି ଲକ୍ଷ ସିଟ ମିଳିବ ।
ନୂତନ ଜ୍ଞାନ କୌଶଳକୁ ଗ୍ରହଣ କରାଯିବା ପରେ ଏହି ସବୁ ସମ୍ଭବ ହୋଇପାରିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ନିୟମ ଅନୁସାରେ ଟ୍ରେନରେ ଓଭୋରହେଡ ତାରରୁ ବିଦ୍ୟୁତ ସପ୍ଲାଇ କରାଯିବ ଓ ଜେନେରେଟର କୋଚ ଜାଗାରେ ସ୍ଳିପର କୋଚ ଲାଗିବ । ଅଧିକାରୀମାନେ ବୁଧବାରରେ ଏହି ତଥ୍ୟ ଦେଇଛନ୍ତି ।
ଏବେ ପ୍ରାୟ ଟ୍ରେନରେ ଦୁଇଟି ଜେନେରେଟର କୋଚ ଲାଗିଥାଏ, ଯେଉଁଥିରେ ଗୋଟିଏ ଡବାରେ ବିଦ୍ୟୁତ ସପ୍ଲାଏ କରାଯାଇଥାଏ ଓ ଦ୍ୱିତିୟକୁ ରିର୍ଜଭ ରଖାଯାଇଥାଏ । ଭାରତୀୟ ରେଳ ବିଭାଗ ଏବେ ନୂତନ ଜ୍ଞାନକୌଶଳକୁ ଗ୍ରହଣ କରୁଛି, ଯାହାକୁ ‘ହେଡ ଅନ ଜେନେରେଶନ’ ବୋଲି କୁହାଯାଉଛି । ଏଥିରେ ଇଲେକଟ୍ରିକ ଇଜିଂନକୁ ଯାହାକୁ ଓଭୋରହେଡ ତାରରୁ ବିଦ୍ୟୁତ ସପ୍ଳାଏ କରାଯାଇଥାଏ । ସେହି ତାରରୁ ଡବାରେ ମଧ୍ୟ ବିଦ୍ୟୁତ ଦିଆଯିବ । ପେଣ୍ଟାଗ୍ରାଫ ନାମକ ଉପକରଣ ଲଗାଇ ଇଜିଂନ ସାହାଯ୍ୟରେ ଓଭୋରହେଡ ତାରରୁ ଡବାରେ ଲାଇନ ସପ୍ଳାଏ କରାଯିବ । ଏଥିରେ ଟ୍ରେନରେ ଜେନେରେଟରର ଆବଶ୍ୟକତା ରହିବ ନାହିଁ । ଜରୁରୀକାଳୀନ ସ୍ଥିତି ପାଇଁ ଟ୍ରେନରେ ଗୋଟିଏ ଜେନେରେଟର କୋଚ ଲାଗି ରହିବ । ଗୋଟିଏ ଜେନେରେଟର କୋଚ ଜାଗାରେ ସ୍ଳିପର କୋଚ ଲଗାଯିବ । ଏହି ପ୍ରକାର ଟ୍ରେନର ଲମ୍ବାକୁ ଅଧିକ ନକରି ଗୋଟିଏ କୋଚ ବଢିଯିବ ।
ପାଂଚ ହଜାର ଡବାରେ ନୂତନ ଜ୍ଞାନକୌଶଳ
ଅଧିକାରୀମାନଙ୍କ ଅନୁସାରେ, ଅକ୍ଟୋବର ପର୍ଯ୍ୟନ୍ତ ପାଂଚ ହଜାର ଡବାକୁ ଏହି ନୂଆ କରାଯିବ । ଏହି ଡବା ଗୁଡ଼ିକରେ ନୂତନ ଜ୍ଞାନକୌଶଳ ବ୍ୟବହାର ହେବ । ଟ୍ରେନରେ ସିଟ ବଢିବା ସହିତ ରେଳ ବିଭାଗର ଡିଜେଲ ଖର୍ଚ କମିଯିବ । ଜେନେରେଟର ଟ୍ରେନରେ ଲାଇନ ସପ୍ଳାଏରେ ଏସ ନଥିବା ଡବାରେ ପ୍ରତିଘଣ୍ଟା ୪୦ ଲିଟର ଡିଜଲ ସରିଥାଏ, ଯେତେବେଳେ କି ଏସି କୋଚକୁ ଲାଇନ ସପ୍ଲାଏ ଦେବାରେ ସବୁ ଘଣ୍ଟା ପ୍ରାୟ ୬୫-୭୦ ଲିଟର ଡିଜେଲ ଖର୍ଚ ହୋଇଥାଏ ।
ନୂତନ ଡବା ଗୁଡ଼ିକ ପରିବେଶ ଉପଯୋଗୀ ହେବ । ଅନୁକୂଳ ମଧ୍ୟ ହେବ,କାରଣ ଏଥିରେ ଧ୍ୱନି ପ୍ରଦୁଷଣ ହେବ ନାହିଁ ଓ ବାୟୁ ପ୍ରଦୂଷଣ ମଧ୍ୟ ହେବ ନାହିଁ । ଏଥିରେ ସବୁ ଟ୍ରେନରୁ କାର୍ବନ ଉତ୍ସଜନରେ ସବୁ ବର୍ଷ ୭୦୦ ଟନ କମ ଆସିବ ।