୪ ଦିନ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକାଉତ୍ସବ’ ଆରମ୍ଭ

0 4,561

କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ୪ ଦିନ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକାଉତ୍ସବ’ ଆରମ୍ଭ
ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଏହି ଟିକାଉତ୍ସବ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଏହି ଉତ୍ସବ ଆୟୋଜନ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଥିଲେ । ଏହି ୪ଦିନ ମଧ୍ୟରେ ଅଧିକରୁ ଅଧିକ ସଂଖ୍ୟାରେ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବରିଷ୍ଠ ନାଗରିକଙ୍କୁ କୋଭିଡ୍‍ ପ୍ରତିଷେଧକ ପାଇଁ ପଞ୍ଜିକରଣ କରିବାକୁ ସାହାଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି । ବହୁସଂଖ୍ୟାରେ ଟିକା ନେବା ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ନାଗରିକଙ୍କୁ ୪ଟି ନୀତି ଅନୁସରଣ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେଗୁଡ଼ିକ ହେଲା ପ୍ରତିବ୍ୟକ୍ତି-ଗୋଟିଏ ଟିକା, ପ୍ରତିବ୍ୟକ୍ତି-ଜଣଙ୍କୁ ଚିକିତ୍ସା, ପ୍ରତିବ୍ୟକ୍ତି-ଜଣଙ୍କୁ ସୁରକ୍ଷିତ କରିବା ଏବଂ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ମାଧ୍ୟମରେ ସଂକ୍ରମଣକୁ ପ୍ରତିହତ କରିବା । ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । ବିଭିନ୍ନ ଟିକାପ୍ରଦାନ କେନ୍ଦ୍ରରେ ଆଜି ଟିକା ଦିଆଯାଇଛି ।

Leave A Reply