ଭୁବନେଶ୍ୱର: ନିଜ ସଫଳତାରେ ଆଉ ଏକ ଫର୍ଦ ଯୋଡ଼ି ଟାଟା ଷ୍ଟିଲ୍ ମାଇନିଂ, ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଡକ୍ଟିଭିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହରେ ତିନିିଟି ସମ୍ମାନଜନକ ପୁରସ୍କାର ହାସଲ କରିଛି । ଟାଟା ଷ୍ଟିଲ୍ ମାଇନିଂର ପରିବେଶ ଟିମ୍କୁ ୫-ଷ୍ଟାର୍ (ପଂଚ ତାରକା) ରେଟିଂ ପ୍ରଦାନ କରାଯାଇଥିବା ବେଳେ ଏହାର ଫେରୋ ଆଲଏଜ୍ ଟିମ୍-ଗୋପାଳପୁର ଓ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ର ପ୍ରକ୍ୟୁର୍ମେଂଟ୍ ଟିମ୍କୁ ୪-ଷ୍ଟାର ରେଟିଂ ପ୍ରଦାନ କରାଯାଇଛି ।
ଏହି ଅବସରରେ ଖଣ୍ଡପଡ଼ାର ମାନ୍ୟବର ବିଧାୟକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ଟାଟା ଷ୍ଟିଲ୍ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ବିଭୂଦତ ମହାନ୍ତି ଓ ଅନ୍ୟ ସଂପୃକ୍ତ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ସଂସ୍ଥ୍ାଗତ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଟିମ୍ ଗଠନ କରିବା ଲାଗି ଉତ୍ସାହିତ କରିବା, ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବା ଲାଗି ଶ୍ରେଷ୍ଠ ପ୍ରଥାର ଗ୍ରହଣୀୟତା ଶିଖିବା ଏବଂ ଏକ ଉତ୍ପାଦକ ପରିବେଶ ସୃଷ୍ଟି କରିବା ଲାଗି ସଂସ୍ଥାକୁ ସାହାଯ୍ୟ କରିବା ଭଳି ବିଷୟ ଉପରେ ଆଧାରିତ ପ୍ରତିଯୋଗିତା ଅନୁସାରେ ରେଟିଂ ପ୍ରଦାନ କରାଯାଇଥିଲା ।
ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଆମେ ସର୍ବଦା ନବସୃଜନ ପାଇଁ ଉଦ୍ୟମ କରୁଛୁ ଏବଂ ସପ୍ଫ୍ଲୋର୍ରେ ଆମ ଶ୍ରମ ଶକ୍ତି ତାହାକୁ ଦୈନନ୍ଦୀନ କାର୍ଯ୍ୟକଳାପରେ ସାମିଲ କରିବାରେ ସର୍ବଦା ସହାୟକ ହୋଇଛନ୍ତି ।
ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ ହେଉଛି ଏକ ସ୍ୱୟଂଶାସିତ, ଅଣ ଲାଭଜନକ ସଂସ୍ଥା ଯାହା ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରସାର ବିଭାଗ ଅଧୀନରେ ଥିବା ଜାତୀୟ ଉତ୍ପାଦକତା ପରିଷଦ ଦ୍ୱାରା ଅଧିସ୍ୱୀକୃତ ହୋଇଥିବା ବେଳେ ପ୍ରତିବର୍ଷ ଉତ୍ପାଦକତା ସପ୍ତାହ ପାଳନ କରୁଛି ଏବଂ ମାଇନିଂ ଏବଂ ଅନ୍ୟାନ୍ୟ ଶିଳ୍ପ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛି ।
ଏହି ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.