ଟାଟା ଷ୍ଟିଲ୍ ମାଇନିଂକୁ ନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ ପୁରସ୍କାର

123

ସୁକିନ୍ଦା: ମହାରାଷ୍ଟ୍ରର ଔରଙ୍ଗାବାଦରେ ଅନୁଷ୍ଠିତ ୩୬ତମ ନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନସେପ୍ଟ (ଏନ୍‌ସିକ୍ୟୁସି)ରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌)କୁ ପୁରସ୍କୃତ କରାଯାଇଛି । କଂପାନିର ଏକ୍‌ଜିକ୍ୟୁଟିଭ୍ ମାନଙ୍କୁ ନେଇ ଗଠିତ ଦୁଇଟି ଟିମ୍ – ଟିମ୍ ସଂଜିବନୀ ଓ ଟିମ୍ ଜାଗୃତି ଯଥାକ୍ରମେ ପାର୍ ଏକ୍ସଲେନ୍ସ ଓ ଏକ୍ସଲେନ୍ସ ପୁରସ୍କାର ହାସଲ କରିଛନ୍ତି ।
ସୁକିନ୍ଦା କ୍ରୋମାଇଟ୍ ଖଣିର ଟିମ୍ ସଂଜିବନୀ ପକ୍ଷରୁ କାଇଜେନ୍‌, ଟୋଟାଲ୍ ପ୍ରଡକ୍ଟିଭିଟି ମେଟେଂନାନ୍ସ (ଟିପିଏମ୍‌), କର୍ମକ୍ଷେତ୍ରରେ ସୁରକ୍ଷା ଓ ଖଣିରୁ ରିମୋଟ୍ ଡିୱାଟରିଂ ମଡେଲ୍ ପ୍ରଦର୍ଶନ କରାଯାଇଥିଲା । ସେହିପରି, ଆଠଗଡ଼ ଫେରୋ ଆଲଏଜ୍ କାରଖାନାର ଟିମ୍ ଜାଗୃତି ପକ୍ଷରୁ ପରିଚାଳନାରେ ସ୍ପିଲେଜ୍ ହ୍ରାସ ସମ୍ପର୍କିତ କେସ୍ ଷ୍ଟଡି ଉପସ୍ଥାପନ କରାଯାଇଥିଲା ।
ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ପରିଚାଳନାରେ ଗୁଣାତ୍ମକ ଚିନ୍ତାଧାରାର ପ୍ରୟୋଗ ସଦାସର୍ବଦା କର୍ମଚାରୀମାନଙ୍କୁ ସେମାନଙ୍କ ନିଜ କାର୍ଯ୍ୟରେ ଗ୍ରାହକ ଓ ନିୟାମକ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ଏବଂ ଏହା ସହିତ ନିରନ୍ତର ଭାବେ ସାମଗ୍ରିକ ପ୍ରଭାବରେ ଉନ୍ନତି ଆଣିବା ଲାଗି ସମାଧାନ ସନ୍ଧାନ କରିବା ପାଇଁ ଦାୟିତ୍ୱ ଓ ମାଲିକାନା ଗ୍ରହଣ କରିବାକୁ ଅନୁପ୍ରାଣିତ କରିବ ।’’
ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ୪ତୁର୍ଥ ଚାପ୍ଟର କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ (ସିସିକ୍ୟୁସି)ରେ ଉଭୟ ଟିମ୍ ସ୍ୱର୍ଣ୍ଣ ପୁରସ୍କାର ଜିତିଥିଲେ ।
ଏନ୍‌ସିକ୍ୟୁସିକୁ କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍‌ଆଇ) ଦ୍ୱାରା ଆୟୋଜନ କରାଯାଉଛି । ସାରା ଭାରତରେ ବ୍ୟାପ୍ତ ୩୪ଟି ଚାପ୍ଟର, ସବ୍ ଚାପ୍ଟର ଏବଂ ସେଂଟରର ପ୍ରତ୍ୟକ୍ଷ ସହଯୋଗରେ ଜାତୀୟ ସ୍ତରରେ ପ୍ରାୟ ଚାରି ଦଶନ୍ଧି ଧରି ମାନୁଫାକଚରିଂ ଓ ରକ୍ଷଣାବେକ୍ଷଣ ଶିଳ୍ପ, ସେବା କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମାଂଚଳ, ସମାଜ ଆଦିରେ ଗୁଣାତ୍ମକ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ଲାଗି ଶିକ୍ଷା, ତାଲିମ, ପ୍ରଚାର, ପ୍ରଦର୍ଶନ ଏବଂ ସହାୟତା ଜରିଆରେ ଲୋକମାନଙ୍କ ଦକ୍ଷତା ବିକାଶରେ କ୍ୟୁସିଏଫ୍‌ଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

Comments are closed, but trackbacks and pingbacks are open.