ସଡକ ଦୁର୍ଘଟଣାରେ ତହସିଲଦାରଙ୍କର ମୃତ୍ୟୁ
ଭୁବନେଶ୍ୱର: ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନାର ତହସିଲଦାରଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱରୁ ଆସୁଥିବା ସମୟରେ ତାଙ୍କର ଟାଭେରା ଗାଡି ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଶନିବାର ସକାଳ ୫ଟା୩୦ ସମୟରେ ଏହି ଘଟଣା ଘଟିଛି । ସୋରଡା ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମୃତ ତହସିଲଦାର ସୁରେଶ କୁମାର ନନ୍ଦଙ୍କ ଘର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବୋଲି ଜଣାପଡିଛି । ସେ ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳ ତାଙ୍କ ଗାଡି ରାସ୍ତାରେ ରଖାଯାଇଥିବା ଏକ ସିଲିଣ୍ଡର ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ।ଏହି ଦୁର୍ଘଟାଣାରେ ଡ୍ରାଇଭର ଆହତ ହୋଇଛି ।