Browsing Tag

odishanews

ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍‍ଏମ୍‍ସି ଏବଂ କୃଷି ବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗ

ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ

ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ ସଂପର୍କିତ ବିଧେୟକ ଲୋକସଭାରେ ଗୃହୀତ ହୋଇଛି । ନିର୍ବାଚନ ଆଇନ ସଂଶୋଧନ ବିଧେୟକ ୨୦୨୧କୁ ଆଇନମନ୍ତ୍ରୀ କିରେନ୍‍ ରିଜିଜୁ ଗୃହରେ ଆଗତ କରିଥିବା ବେଳେ ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା । ବିଧେୟକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ମତଦାତାଙ୍କ

ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ

ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଫୁଲବାଣୀ ଜିଲ୍ଲାର ଦାରିଙ୍ଗିବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ

ରାଜ୍ୟର ଦୀର୍ଘତମ ସେତୁର ଉଦ୍‍ଘାଟନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଳାର ବଡ଼ମ୍ବାଗୋପୀନାଥପୁରଠାରେ ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁର ଉଦ୍‍ଘାଟନ କରିଛନ୍ତି । ୩ କିଲୋମିଟର ୪୦୦ ମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ ଅକ୍ଷର ‘ଟି’ ଭଳି । ଏଥିପାଇଁ ୧୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪ ମସିହାରେ ଏହାର

ଓଡ଼ିଶାରେ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର…

ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି । ଗତ ତିନିଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରଠାରେ ସର୍ବାଧିକ ୧୪ ସେଣ୍ଟିମିଟର ବର୍ଷା

ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ – ହେଲେ ହାଇକୋର୍ଟ ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ରାୟ

ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ଜୋର୍‍ ଜବରଦସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ । ଗଣତନ୍ତ୍ର ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିପାରିବେ ବୋଲି ହାଇକୋର୍ଟ ତାଙ୍କ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର

ଆସନ୍ତା ୧୫ ତାରିଖଠାରୁ ରାଜ୍ୟର ସ୍କୁଲଗୁଡ଼ିକରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

ଆସନ୍ତା ୧୫ ତାରିଖଠାରୁ ରାଜ୍ୟର ସ୍କୁଲଗୁଡ଼ିକରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ସର୍କିଟ ହାଉସ୍‍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା

ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ହାସଲ କରିଛି

ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ହାସଲ କରିଛି । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଏବଂ ଓକାକ୍‍ ର ବୈଷୟିକ ସହାୟତା କ୍ରମେ ଏହା କାର୍ଯ୍ୟକାରୀ ହେଉଛି । ଜାତୀୟ ଇବିଧାନ ଆପ୍‍