ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ର ଅଂଶବିଶେଷ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨ ରେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀର ଆରମ୍ଭ ହେବ । ଏହି ଦିନ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଚାରି ବର୍ଷ ପୂରଣ ହେବ । ଏହି ଅଭିଯାନ ଏକ ଐତିହାସିକ ଜନ ଆନ୍ଦୋଳନ ଯାହାର ଉଦ୍ଦେଶ୍ୟ ହେଉଛି ବାପୁଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ।
ସ୍ୱଚ୍ଛ ଭାରତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଲୋକମାନଙ୍କୁ ମୋର ପ୍ରଣାମ ।
‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ୧୫ ସେପ୍ଟେମ୍ବରରେ ଆରମ୍ଭ କରାଯାଇଛି ଯାହା ବାପୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ।
୧୫ ସେପ୍ଟେମ୍ବର ପ୍ରାତଃ ୯.୩୦ରେ ଆମେ ସମସ୍ତେ ଏକତ୍ରିତ ହୋଇ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ର ଶୁଭାରମ୍ଭ କରିବା । ସ୍ୱଚ୍ଛ ଭାରତ ଅଭିଯାନକୁ ସୁଦୃଢ କରିବା ପାଇଁ ଯେଉଁମାନେ ଅଧିକ ପରିଶ୍ରମ କରିଛନ୍ତି, ମୁଁ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ବ୍ୟଗ୍ର । ଏହା ପରେ ସ୍ୱଚ୍ଛତା ଗତିବିଧିଗୁଡିକ ଆରମ୍ଭ କରାଯିବ ।