ନୂଆଦିଲ୍ଲୀ . – ଆଗାମୀ ବର୍ଷ ପ୍ରାରମ୍ଭରେ ଭାରତରୁ ଚୀନକୁ ଚିନି ରପ୍ତାନୀ ପ୍ରାରମ୍ଭ ହେବ । ୫୦,୦୦୦ ଟନ ଚିନି ରପ୍ତାନୀ ପାଇଁ ଇଣ୍ଡିଆନ ସୁଗାର ବିଲ ଆସୋସିଏସନ ଏବଂ ଚୀନର ସାର୍ବଜନୀନ କ୍ଷେତ୍ରର କମ୍ପାନୀ ସିଓଏସିଓ ମଧ୍ୟରେ ବୁଝାମଣା ହୋଇଛି ।
ବାଣିଜ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଫଳରେ ଏହା ସମ୍ଭବ ହୋଇଛି । ଚିନି ରପ୍ତାନୀ ପାଇଁ ଦୁଇ ଦେଶର ଅଧିକାରୀମାନଙ୍କ ମଧ୍ୟରେ ଅନେକ ଦଫା ବୈଠକ ଅନୁଷ୍ଠିତ ହୋଇଥିଲା ।
ଆଗାମୀ ବର୍ଷ ପ୍ରାରମ୍ଭରେ ଭାରତ ଚୀନକୁ ୨ ମେଟ୍ରିକ ଟନ ଚିନି ରପ୍ତାନୀ କରିବ । ଅଣ-ବାସୁମତି ଚାଉଳ ବ୍ୟତୀତ ଚିନି ହେଉଛି ଦ୍ୱିତୀୟ ଉତ୍ପାଦ ଯାହାକୁ କି ଚୀନ ଭାରତରୁ ଆମଦାନୀ କରିବ । ଚୀନ ସହିତ ଭାରତର ୬୦ ବିଲିଅନ ଡଲାରର ବ୍ୟବସାୟିକ କ୍ଷତିକୁ ହ୍ରାସ କରିବା ଦିଗରେ ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ୨୦୧୭-୧୮ରେ ଭାରତ ଚୀନକୁ ୩୩ ବିଲିଅନ ଡଲାର ମୂଲ୍ୟର ଉତ୍ପାଦ ରପ୍ତାନୀ କରିଥିଲା, ଯେତେବେଳେ କି ଚୀନରୁ ଭାରତକୁ ୭୬.୨ ବିଲିଅନ ଡଲାର ଆମଦାନୀ ହୋଇଥିଲା ।
ଭାରତ ହେଉଛି ଚୀନର ସବୁଠାରୁ ବଡ ଉତ୍ପାଦକ । ୨୦୧୮ ରେ ଦେଶରେ ୩୨ ଏମଏମଟି ଚିନିର ଉତ୍ପାଦନ ହୋଇଥିଲା । ଭାରତ ୩ଟି ଶ୍ରେଣୀରେ-ଅଶୋଧିତ, ରିଫାଇନ୍ଡ ଓ ଶ୍ୱେତ ଚିନିର ଉତ୍ପାଦନ କରିଥାଏ । ଭାରତୀୟ ଚିନି ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ଏହା ଡେକ୍ସଟ୍ରାନରୁ ମୁକ୍ତ ହୋଇଥାଏ କାରଣ ଆଖୁ କାଟିବା ପରେ ନିମ୍ନତମ ସମୟରେ ମିଲରେ ଆଖୁ ପେଡା ଯାଇଥାଏ । ଭାରତ ଏପରି ସ୍ଥିତିରେ ରହିଛି ଯେ ଏହି ଦେଶ ଅଧିକ ମାତ୍ରାରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଚିନି ରପ୍ତାନୀ କରିପାରିବ ।