୩ ସେନା ଉପପ୍ରମୁଖଙ୍କ ଆର୍ଥିକ ଶକ୍ତି ପାଞ୍ଚଗୁଣ ବୃଦ୍ଧି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

0 564

ନୂଆଦିଲ୍ଲୀ . -ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ସେନା ଉପପ୍ରମୁଖଙ୍କ ଆର୍ଥିକ ନିଷ୍ପତ୍ତି ଗ୍ରହଣ କରିବା ଶକ୍ତିରେ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଗ୍ରହଣ ପରେ ତିନି ସେନାର ଉପ ପ୍ରମୁଖ ନିଜର ବର୍ତ୍ତମାନର ଆର୍ଥିକ ଶକ୍ତିର ପାଞ୍ଚଗୁଣ ଅଧିକ ଅର୍ଥାତ୍ ୫୦୦ କୋଟି ଟଙ୍କା ପର୍ୟ୍ୟନ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ । ଏହା ଫଳରେ ତିନି ସଶସ୍ତ୍ର ବଳର କ୍ଷମତା ବୃଦ୍ଧି ପାଇବ ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହି ନିଷ୍ପତ୍ତି ସଶସ୍ତ୍ର ବଳ ପାଇଁ ହତିଆର ଏବଂ ଯୁଦ୍ଧ ସାମଗ୍ରୀ ବୃଦ୍ଧି କରିବା ପାଇଁ ଗ୍ରହଣ କରିଛନ୍ତି, ଯାହା ଫଳରେ କି ସେନା ସଞ୍ଚାଳନ ପ୍ରସ୍ତୁତିକୁ ଜୋରଦାର କରାଯାଇ ପାରିବ ।

Leave A Reply