କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍‍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ

0 2,437

କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍‍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ ଆଜି ପହଞ୍ଚିଛନ୍ତି । ଶ୍ରୀ କୁଲସ୍ତେ ରାଉରକେଲାରେ ପହଞ୍ଚିବା ପରେ ବରମୁଆଁ ଖଣି ଓ ତାଲଡିହ ଖଣି ପରିଦର୍ଶନ କରିବା ପାଇଁ ଯାଇଛନ୍ତି ।

ସେଠାରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଉପରେ ଆଲୋଚନା କରିବେ । ଆସନ୍ତାକାଲି ସେ ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ଉତ୍ପାଦନ ୟୁନିଟ୍‍ ଏବଂ ପାଶ୍ୱର୍ାଞ୍ଚଳ ବିକାଶ ପ୍ରକଳ୍ପ ପରିଦର୍ଶନ କରିବା ସହିତ କାରଖାନାର ଉତ୍ପାଦନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ।

Leave A Reply