ରାଜ୍ୟ ସରକାର ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା – ଡି.ଆର୍.ଡି.ଓ.ଠାରୁ ଟୁ-ଡି.ଜି. ଆଣ୍ଟି-କରୋନା ଔଷଧ କିଣିବେ । ୫ ହଜାର
ସ୍ୟାଚେଟ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ
ଚିକିତ୍ସା ପାଇଁ ଏହି ଔଷଧର ଅର୍ଡର ଦିଆଯାଇଥିବା ସେ କହିଛନ୍ତି ।
ଡି.ଆର୍.ଡି.ଓ. ଓ ଅନ୍ୟତମ ସର୍ବବୃହତ ଡକ୍ଟର ରେଡ୍ଡିସ୍ ଫାର୍ମା କମ୍ପାନୀର ମିଳିତ ସହଯୋଗରେ ପ୍ରସ୍ତୁତ ଆଣ୍ଟି-କରୋନା ଔଷଧ ଟୁ-ଡିଜି ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ପ୍ରତି ସାଚେଟ୍ର ଦାମ୍ ୯୯୦ ଟଙ୍କା
ରଖାଯାଇଛି । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।