ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ

158

ଭାରତ ଏବଂ ଅନ୍ୟ କେତେକ ଦେଶରେ ଆଜି ସୂର୍ଯ୍ୟ ପରାଗ ଆଂଶିକ
ଦୃଶ୍ୟମାନ ହେବ । ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ । ଅପରାହ୍ନ ୪ଟା ୨୯ ମିନିଟ୍‍ରୁ
ଏହା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।
ତେବେ କେତେକ ଅଞ୍ଚଳରେ ୧ଘଣ୍ଟାରୁ ଅଧିକ ସମୟ ଲାଗି ଏହି
ସୂର୍ଯ୍ୟପରାଗ ଦେଖିହେବ । ସେହିସବୁ ଅଞ୍ଚଳଗୁଡ଼ିକ ହେଉଛି ଦ୍ୱାରିକା,
ନୂଆଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ସୁରତ, ପୁଣେ, ଜୟପୁର, ଇନ୍ଦୋର,
ଥାନେ, ଭୋପାଳ, ଲୁଧିଆନା, ଆଗ୍ରା, ଚଣ୍ଡୀଗଡ଼, ଉଜ୍ଜୟିନୀ, ମଥୁରା,
ପୋର ବନ୍ଦର, ଗାନ୍ଧୀନଗର, ସିଲ୍‍ଭାସା ଏବଂ ପାଣାଜୀ ।

Comments are closed, but trackbacks and pingbacks are open.