ସାପ କାମୁଡ଼ାରେ ଦୁଇ ମୃତ

0 703

ଅନୁଗୋଳ . – ଅନୁଗୋଳ ଜିଲ୍ଲା ଛେଣ୍ଡି ଦା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଜିଲ୍ଲାର ତେଣ୍ଟୋଲୋଇ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ଗ୍ରାମରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୁଲିସ୍‍ ମୃତଦେହ ବ୍ୟବଚ୍ଛେଦ କରିବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଏବେ ବର୍ଷାଦିନ ହୋଇଥିବାରୁ ଗାତରେ ବର୍ଷା ପାଣି ପଶିଲେ ବିଷଧର ସାପ ବାହାରେ ବୁଲି ଥାଆନ୍ତି । ବିଭିନ୍ନ ଜନ ବସତି ଓ ଘରେ ପଶି ଏମନେ ଦଂଶନ କରିବା ପରି ପରିସ୍ଥିତି ଉପୁଜିଥାଏ । ଏଥିପ୍ରତି ସାଧାରଣରେ ସାବଧାନତା ଅବଲମ୍ବନ କରିବାପ ଆବଶ୍ୟକତା ରହିଛି ।

Leave A Reply