ସ୍ଲିପ ଇଣ୍ଟର୍ନସିପ୍‌ – ୯ ଘଣ୍ଟା ଶୋଇବା ପାଇଁ ବେଙ୍ଗାଲୁର ଷ୍ଟାର୍ଟଅପ୍‌ ଦେବ ଏକ ଲକ୍ଷ ଟଙ୍କା

0 1,542

ସ୍ଲିପ ଇଣ୍ଟର୍ନସିପ୍‌ – ୯ ଘଣ୍ଟା ଶୋଇବା ପାଇଁ ବେଙ୍ଗାଲୁର ଷ୍ଟର୍ଟଅପ୍‌ ଦେବ ଏକ ଲକ୍ଷ ଟଙ୍କା
ବେଙ୍ଗାଲୁର – ବେଙ୍ଗାଲୁରର ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ ଶୋଇବା ପାଇଁ ଏକ ଲକ୍ଷ ଟଙ୍କା ଦେବ ଏଥଇରେ ଇଣ୍ଟର୍ନ ଭାବେ ଯୋଗ ଦେଇଥିବା ଲୋକଙ୍କୁ ୯ ଘଣ୍ଟା ୧୦୦ ଦିନ ଶୋଇବା ପାଇଁ ଏହି ଟଙ୍କା ଦିଆଯିବ । ଓ୍ୱେକଫିଟ୍‌ ଇନୋଭେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ସ୍ଲିପ ଇଣ୍ଟର୍ନ ପାଇଁ ଟଙ୍କା ଦେବ । ଶୋଇବ ବିଷୟରେ ବା ସ୍ଲିପିଂ ପାଟର୍ନ ବିଷୟରେ ଅନୁଧ୍ୟାନ ପାଇଁ ଏହି କମ୍ପାନୀ ଏହି ଟଙ୍କା ଦେଉଛି ।

ଏଥିରେ ଯୋଗ ଦେଇଥିବା ଲୋକ ୯ ଘଣ୍ଟା ଶୋଇବେ । ଏହାର ପୋଷାକ ବା ଡ୍ରେସ କୋଡ୍‌ ହେଉଛି ପାଇଜାମା

ଶୋଇବା ଓ ସ୍ୱାସ୍ଥ୍ୟ ବିଷୟରେ ଏହି ଗବେଷଣା କରାଯିବ । କର୍ମମୟ ଜୀବନରେ ଶୋଇବାର ଆବଶ୍ୟକତା ଆମର ଜୀବନ ଶୈଳୀରେ ସନ୍ତୁଳନ ପାଇଁ କେତେ ଆବଶ୍ୟ ଅଛି ସେ ବିଷୟରେ ଅନୁଧ୍ୟାନ କରାଯିବ ବୋଲି ଏହାର ନିର୍ଦେଶକ ଚୈତନ୍ୟ ରାମଲିଙ୍ଗମ୍‌ କହିଛନ୍ତି ।
ଏଥିରେ କଣ କାମ କରିବେ ।
ଏଥିରେ ଇଣ୍ଟର୍ନ ଭାବେ ଯୋଗ ଦେଇଥିବା ଲୋକ କମ୍ପାନୀ ଦେଇଥିବା ଗଦିରେ ୧୦୦ ଦିନ ପାଇଁ ୯ ଘଣ୍ଟା ଶୋଇବେ ସପ୍ତାହକୁ ୭ ଦିନ ଶୋଇବେ । ଘରେ ସେମାନେ ଶୋଇବାକୁ ପଡିବ ।

ଏହାର ଓ୍ୱେବସାଇଟ୍‌ରେ ଜଷ୍ଟ ସ୍ଲିପ ଆଜ୍‌ ଲଙ୍ଗ ଆଜ୍‌ ୟୁ କ୍ୟାନ ବୋଲି ଲେଖାଯାଇଛି । ଯେତେ ଗଭୀର ଭାବରେ ଶୋଇ ପାରିବେ ଯେତେ ଭଲ ଭାବରେ କରିପାରିବେ । ୟୁ ଜଷ୍ଟ ରେଷ୍ଟ ଓ ରେଷ୍ଟ ଲିଭ୍‌ ଟୁ ଅସ୍‌

ଲୋକଙ୍କର ଶୋଇବା ସ୍ଲିପ ଟ୍ରାକର ଦ୍ୱାରା ମନିଟର କରାଯିବ ବା ମନିଟର୍‌ କରାଯିବ । ଏଥିରେ ଗଦିରେ ଶୋଇବା ଓ ଉଠିବା ବ୍ୟବସ୍ଥାକୁ ଟ୍ରାକ କରାଯିବ ।

ଏଥିରେ ଗୋଟିଏ ସର୍ତ୍ତ ରହିଛି । ଇଣ୍ଟର୍ନମାନଙ୍କୁ ଏହି ସମୟ ଭିତରେ ଲ୍ୟାପଟପ୍‌ ବ୍ୟବହାର କରିବା ପାଇଁ ଦିଆଯିବ ନାହିଁ ।

୧୦୦ ଦିନ ଠିକ୍‌ ଭାବେ ପୂରଣ କରିବା ପରେ ସମସ୍ତ ଇଣ୍ଟର୍ନଙ୍କୁ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏଥିରେ ଗୋଟିଏ ଯୋଗ୍ୟତା ଆବଶ୍ୟକ । ଓ୍ୱେବସାଇଟ୍‌ ଅନୁସାରେ ଆପଣ ବହୁତ ଭଲ ଭାବରେ ଶୋଇ ପାରୁଥିବା ଦରକାର । ଅତି ଅଳ୍ପ ସମୟରେ ନିଦ ଆସୁଥିବା ଦରକାର ।
ଶୋଇବାରେ ସମସ୍ତ ରେକର୍ଡ ଭାଙ୍ଗି ଦେବା ଦରକାର ।

Leave A Reply