ବୁଧବାରରୁ ପାରମ୍ପରିକ ରୀତି ଅନୁଯାୟୀ ଶ୍ରୀମନ୍ଦିରର ଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ ପୂଜା ଉତ୍ସବ ଆରମ୍ଭ

0 155

ବୁଧବାର ପାରମ୍ପରିକ ରୀତି ଅନୁଯାୟୀ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏଥିଲାଗି ଶ୍ରୀମନ୍ଦିର
ପ୍ରଶାସନ ପକ୍ଷରୁ ବେଶ୍‍ ତତ୍ପରତା ଦେଖାଦେଇଛି । ବିମଳାଙ୍କ ସମେତ ଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କୁ ସହସ୍ର କୁମ୍ଭାଭିଷେକ କରାଯିବା ପରେ ଦୁର୍ଗାମାଧବଙ୍କୁ ଗୋଟିଏ ସିଂହାସନରେ
ରୁନ୍ଧାଯାଇଥିଲା ।


ଆଜି ମୂଳାଷ୍ଟମୀ ଅବସରରେ ପୂଜାପାଇଁ ଶ୍ରୀନଅରରେ ବ୍ରାହ୍ମଣମାନଙ୍କୁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଦ୍ୱାରା ବରଣ କରାଯାଇଥିଲା । ଏଥିଲାଗି ଆୟୋଜିତ ସ୍ୱତନ୍ତ୍ର
ଉତ୍ସବରେ ଗଜପତି ଶ୍ରୀଦିବ୍ୟସିଂହ ଦେବ ବିଧିବ୍ୟବସ୍ଥା କ୍ରମେ ରାଜଗୁରୁ ଓ ପୁରୋହିତଙ୍କ ଉପସ୍ଥିତିରେ ବ୍ରାହ୍ମଣମାନଙ୍କୁ ଗୁଆ- ନଡ଼ିଆ ଦେଇ ବରଣ କରିବା ପରେ ସେମାନଙ୍କୁ ବିଭିନ୍ନ ଦେବୀପୀଠକୁ ପୂଜାର୍ଚ୍ଚନା କରିବାଲାଗି ପଠାଯାଇଥିଲା ।

Leave A Reply