ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ପହିଲାର ପର୍ଯ୍ୟଟକଙ୍କ ପାଇଁ ଖୋଲିବ

0 105

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ପହିଲାର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଚଳିତ ବର୍ଷ ମଧ୍ୟ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାରିପଦା ପଟୁ ପିଠାବଟା ଦେଇ ଏବଂ ଯଶୀପୁର ଆଡ଼ୁ କାଳିଆମି ଗେଟ୍‍ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ।

ଚଳିତ ବର୍ଷ ଏହି ଅଭୟାରଣ୍ୟକୁ ପ୍ଲାଷ୍ଟିକ୍‍ମୁକ୍ତ ଘୋଷଣା କରାଯାଇଥିବାବେଳେ ପର୍ଯ୍ୟଟକମାନେ ପ୍ଲାଷ୍ଟିକ୍‍ ନେଇ ଯାଇପାରିବେ ନାହିଁ ବୋଲି ଜଣାପଡ଼ିଛି ।

ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟରେ ରାତ୍ରିଯାପନ ପାଇଁ ଗୁଡ଼ୁଗୁଡ଼ିଆ, ଜାମୁଆଣି, ରାମତୀର୍ଥ ଓ କୁମାରୀ ଆଦି ସ୍ଥାନରେ କ୍ୟାନ୍‍ କଟେଜ୍‍ ସହ ବାମ୍ବୁ କଟେଜ୍‍ ଅନ୍‍ଲାଇନ୍‍ରେ ବୁକିଂ କରିପାରିବେ ।

Leave A Reply