ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ନୂତନ ଆଶା ଓ କୃତଜ୍ଞତା ସହ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକ ସର୍ବଭାରତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେନ୍କୋ ଟିମ୍ ତରଫରୁ ଏହାର କୋଲକାତା ଷ୍ଟୋରରେ ୩୦୦ ବୃକ୍ଷ ସମେତ ସାରା ଦେଶରେ ୧୦୦୦ରୁ ଅଧିକ ଚାରାରୋପଣ କରାଯାଇଥିଲା । ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ଏହି ଅବସରରେ ଶାନ୍ତି ଏବଂ ସମୃଦ୍ଧିର ବାର୍ତାବହମାନଙ୍କୁ ଏକତ୍ରୀତ କରି ଭଲ ପାଇବା, ଆଶା ଏବଂ ପାରସ୍ପରିକ ସମ୍ମାନର ବାର୍ତା ବଂଟନ କରାଯାଇଥିଲା ।
ଏହି ଅବସରକୁ ପାଳନ କରିବା ଏବଂ ଶାନ୍ତି ଓ ଆଶାର ବାର୍ତା ବାଂଟିବା ଲାଗି ଇସ୍କନ୍ର ଉପ ସଭାପତି ଶ୍ରୀଯୁକ୍ତ ରାଧାରମଣ ଦାସ, ଇସ୍କନ୍ କୋଲକାତାର ଶରଣଗତ ସୁଦାମା ଦାସ, ଦକ୍ଷୀଣେଶ୍ୱର ମନ୍ଦିରର ଟ୍ରଷ୍ଟି ଶ୍ରୀ କୁଶାଲ ଚୌଧୁରୀ, ମୌଲାଲି ମସଜିଦ୍ର ମୌଲବୀ ମହମ୍ମଦ ନିସାର ଆର୍ଜୁ, ରାମକ୍ରିଷ୍ଣ ମିସନ ଶିଳ୍ପ ମନ୍ଦିର ବେଲୁର ମଠର ସାଧୁ ସ୍ୱାମୀ ବେଦତିତାନନ୍ଦ, ସେଂଟ୍ ଜେମ୍ସର ଫାଦର ଶ୍ରୀରଜ ମହାନ୍ତି, ସର୍କୁଲାର ରୋଡ୍ର ବାପ୍ଟିଷ୍ଟ୍ ଚାପେଲ୍ ଚର୍ଚର ଫାଦର୍ ଡି ଆନନ୍ଦ ପିକକ୍, ଗୁରୁଦ୍ୱାରା ସାହିବ (ଭବାନିପୋର)ର ଗୁରୁ ଦଲଜିତ ସିଂହ କୋଲକାତାର ମୌଲାଲି ଷ୍ଟୋର୍ରେ ଉପସ୍ଥିତ ଥିଲେ । ଏହି ଅବସରରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ଏମ୍ଡି ଓ ସିଇଓ ଶୁଭଙ୍କର ସେନ୍ ଏବଂ ନିର୍ଦେଶିକା ଜୋଇତା ସେନ୍ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ନିର୍ଦେଶିକା ଜୋଇତା ସେନ୍ କହିଛନ୍ତି ଯେ, “୨୦୨୨ ବର୍ଷଟି ଆମ ପାଇଁ ଏକ ଆଶୀର୍ବାଦର ବର୍ଷ ଥିଲା । ବହୁତ କିିଛି ଶିକ୍ଷା, ସମୃଦ୍ଧ ଅନୁଭୂତି, ଆମ ଗ୍ରାହକମାନଙ୍କ ସମର୍ଥନ ଓ ବିଶ୍ୱାସକୁ ନେଇ ଆମେ ୧୩୭ ଷ୍ଟୋରର ଏକ ପରିବାରରେ ପରିଣତ ହୋଇଛୁ ଏବଂ ଭାରତର ବିବିଧ ସଂସ୍କୃତି ଓ ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କୁ ଯୋଡ଼ିପାରିଛୁ । ୨୦୨୨ ପାଇଁ କୃତଜ୍ଞତାରେ ପରିପୂର୍ଣ୍ଣ ହୃଦୟ ଏବଂ ଆଶା ଓ ନୂଆବର୍ଷର ଉତ୍ସବ ପାଳନ ସହ ଆମେ ୨୦୨୩କୁ ସ୍ୱାଗତ କରିବାକୁ ଚାହୁଛୁ । ଏହି ଅବସରରେ ଆମେ କରୁଣା, ସଶକ୍ତୀକରଣ, ନିରନ୍ତରତା ଏବଂ ଭଲ ପାଇବାର ସଙ୍କେତ ଭାବେ ଚାରାରୋପଣ କରିଛୁ ଯାହା ସମାଜକୁ ସମୃଦ୍ଧ କରିବା ଜାରି ରଖିବ । ବିଶ୍ୱାସ, ପାରସ୍ପରିକ ସମ୍ମାନ ଏବଂ ସ୍ୱଚ୍ଛତାର ଏକ ସମାଜ ସୃଷ୍ଟି କରିବା ଲାଗି ଆମେ ସଂକଳ୍ପ ନେଉଛୁ ।’’
ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ପ୍ରତି ଚାରା ପାଶ୍ୱର୍ରେ ଏକ ପ୍ଲାକାର୍ଡ ରଖି ଭାଗ୍ୟଶାଳୀ ଗ୍ରାହକଙ୍କ ନାମ ଲେଖାଯାଇଛି । ସମାଜକୁ ଫେରାଇବାରେ ସର୍ବଦା ଆଗରେ ଥିବା ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଶଙ୍କର ସେନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭୋକେସନାଲ୍ ଷ୍ଟଡିଜ୍ ଫର୍ ଓମେନ୍ ଆଣ୍ଡ୍ ୟୁଥ୍ ଜରିଆରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରୁଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.