ରାଜ୍ୟ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢ଼ା ଆଜିଠାରୁ ଆରମ୍ଭ ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ଇତିମଧ୍ୟରେ ସ୍କୁଲଗୁଡ଼ିକୁ ପରିଷ୍କାର ସହ ବିଶୋଧନ କରାଯାଇଛି । ପ୍ରଥମ ଦୁଇଦିନ ପିଲାମାନଙ୍କୁ ପାଠ ପଢ଼ା ନଯାଇ ସେମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା ଓ ଚିତ୍ରାଙ୍କନ ଆଦି କରାଯିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ୍ ଚାଲିଥିଲା । ଇତିମଧ୍ୟରେ ସ୍କୁଲଗୁଡ଼ିକୁ ପରିଷ୍କାର ସହ ବିଶୋଧନ କରାଯାଇଛି । ପ୍ରଥମ ଦୁଇଦିନ ପିଲାମାନଙ୍କୁ ପାଠପଢ଼ା ନଯାଇ ସେମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା ଓ ଚିତ୍ରାଙ୍କନ ଆଦି କରାଯିବ ।
ଆସନ୍ତା ୨୭, ୨୮ ଓ ୨୯ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣସ୍ତର ଆକଳନ କରାଯିବ । ତେବେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇ ଶ୍ରେଣୀଗୃହରେ ଶିକ୍ଷାଦାନ
ଆରମ୍ଭ ହୋଇଥିବାବେଳେ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।