ସ୍କୁଲ ଖୋଲିବ-ଆସନ୍ତା ୮ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି

0 1,331

ଆସନ୍ତା ୮ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା
ଛାତ୍ରଛାତ୍ରୀ ପାଠପଢ଼ିବାକୁ ଯିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ସମସ୍ତ ସରକାରୀ ସାହାଯ୍ୟ ପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶନିବାର ଓ ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଗୁଡ଼ିକୁ ସ୍କୁଲରେ ଅନୁପାଳନ କରାଯିବା ପାଇଁ ବାଧ୍ୟତା ମୂଳକ କରାଯାଇଛି ।

ଜାନୁୟାରୀ ୮ତାରିଖରୁ ଏପ୍ରିଲ ୨୬ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଯିବା ପାଇଁ
ମାର୍ଗଦର୍ଶିକା ଜାରି କରାଯାଇଛି । ସେହିଭଳି ଦ୍ୱାଦଶଶ୍ରେଣୀ ଛାତ୍ରଛାତ୍ରୀମାନେ ଜାନୁୟାରୀ ୮ରୁ ଏପ୍ରିଲ ୨୮ତାରିଖ ପର୍ଯ୍ୟନ୍ତ ସ୍କୁଲକୁ
ଯିବେ ।

Leave A Reply