ଏସ୍‍ସିବି ମେଡ଼ିକାଲ କଲେଜକୁ ଏମ୍‍ସ ପ୍ଲସ୍‍ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ

0 91

ଏସ୍‍ସିବି ମେଡ଼ିକାଲ କଲେଜକୁ ଏମ୍‍ସ ପ୍ଲସ୍‍ରେ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରି ବଡ଼ଡାକ୍ତରଖାନାର ଉନ୍ନତିକରଣ
ସଂପର୍କରେ ଆଲୋଚନା କରିଛନ୍ତି ।

ବୈଠକରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡର ସର୍ବୋଚ୍ଚ ଯନ୍ତ୍ରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ପ୍ରମୁଖ
ଯୋଗଦେଇ ଉନ୍ନତିକରଣ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସରକାରୀ ସଂସ୍ଥାଗୁଡ଼ିକୁ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର ଓ
କ୍ଷତିପୂରଣ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା । ୨୦୨୪ ଜାନୁୟାରୀ ୧ ତାରିଖ ସୁଦ୍ଧା ସମସ୍ତ ଉନ୍ନୟନ କାର୍ଯ୍ୟ ଶେଷ କରିବା ପାଇଁ
ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply