ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟର ଜଳମାର୍ଗରେ ଆରଓ ଆରଓ ତଥା ଆରଓ-ପାକ୍ସ ପ୍ରକଳ୍ପ ଆରମ୍ଭ

0 61

ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟର ଜଳମାର୍ଗରେ ଆରଓ ଆରଓ ତଥା ଆରଓ-ପାକ୍ସ ପ୍ରକଳ୍ପ ଆରମ୍ଭ କରାଯାଇଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏହା କହିଛନ୍ତି । ସେ କହିଛନ୍ତି, ମାଲ୍‍ ଓ ଯାତ୍ରୀ ପରିବହନ ଲାଗି ୨୩ଟି ଜଳମାର୍ଗ ଏବଂ ପର୍ଯ୍ୟଟନ ପାଇଁ ଦୁଇଟି ଜଳମାର୍ଗକୁ ଉପଯୋଗୀ ଭାବେ ଚିହ୍ନଟ କରାଯାଇଛି ।

ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି । ଜଳମାର୍ଗରେ ପରିବହନ ତୁଳନାତ୍ମକ ଭାବେ ଶସ୍ତା ଏବଂ ପରିବେଶ ଅନୁକୂଳ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply