ଧନୀ ମନ୍ଦିର, ଗରିବ ଦେବତା

0 764

ନୂଆଦିଲ୍ଲୀ: ଭାରତ ହେଉଛି ମନ୍ଦିରମାନଙ୍କର ଦେଶ । ଏଠାରେ ଯେତେ ମନ୍ଦିର, ସେତେ ହି ସେଥିରେ ରହସ୍ୟ ଓ ଭିନ୍ନ ଭିନ୍ନ ମାନ୍ୟତା ଲୁକକାୟିତ ରହିଛି । ମନ୍ଦିର ଉପରେ ବିଶ୍ୱାସ ରଖୁଥିବା ଲୋକମାନଙ୍କର ଅଭାବ ନାହିଁ । ଏହି ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମନ୍ଦିର ହେଉଛି ତିରୁପତିର ବାଲାଜୀ ମନ୍ଦିର । ଏହି ମନ୍ଦିର ବିଶ୍ୱର ସବୁଠାରୁ ଧନୀ ମନ୍ଦିର । ଅନୁମାନ ଅନୁସାରେ ମନ୍ଦିର ଟ୍ରଷ୍ଟରେ ୫୦ ହଜାର କୋଟିରୁ ଅଧିକ ସଂମ୍ପତ୍ତି ରହିଛି । ଦେଶର ସବୁଠାରୁ ଧନୀ ମନ୍ଦିର ହେବା ପରେ ମଧ୍ୟ ଏହି ମନ୍ଦିରର ଭଗବାନ ଆଜି ବି ଋଣ ବୋଝରେ ରହିଛନ୍ତି ।

ଆପଣ ଭାବୁଥିବେ ଯେଉଁ ମନ୍ଦିରରେ ଏତେ ଧନ-ସଂପତି ରହିବା ପରେ ମଧ୍ୟ ଏହି ମନ୍ଦିର ଭଗବାନ ଏତେ ଗରିବ କେମିତି ଅଛନ୍ତି ଯିଏ ଆଜି ପର୍ଯ୍ୟନ୍ତ ୠଣ ସୁଝୁଛନ୍ତି । ଭକ୍ତଙ୍କର ସବୁ ମନୋକାମନା ପୂର୍ଣ୍ଣ କରୁଥିବା ଭଗବାନ ଭଙ୍କଟେଶ୍ୱର କ’ଣ ପାଇଁ ନିଜର ଋଣ ସୁଝିପାରୁନାହାଁନ୍ତି । ଏହାର ପଛରେ ଏକ ଧାର୍ମିକ ମନ୍ୟତା ରହିଛି । ଯାହା ଅନୁସାରେ ବାଲାଜୀ ଧନର ଦେବତା କୁବେରଙ୍କର କିନ୍ତୁ ଋଣି ଦେବତା ଅଟନ୍ତି, ଯେଉଁଥି ପାଇଁ ସେ କଳିଯୁଗ ଶେଷ ପର୍ଯ୍ୟନ୍ତ ସେ ୠଣ ସୁଝି ପାରିବେ ନାହିଁ ।

ଋଣ କାରଣରୁ ସବୁଠାରୁ ଗରିବ ଦେବତା କୁହାଯାଏ
ହିନ୍ଦୁ ଶାସ୍ତ୍ରରେ କୁହାଯାଏ, ଯଦି ଆପଣ ଅମାପ ଧନ ଦୌଲତ ଓ ସଂପତିର ମାଳିକ ଅଟନ୍ତି କିନ୍ତୁ ଆପଣଙ୍କ ଉପରେ କିଏ ଦେଇଥିବା ୠଣ ଅଛି ତେବେ ତାକୁ ଗରିବ ବୋଲି କୁହାଯାଇଥାଏ । ଏଥିପାଇଁ ତିରୁପତି ବାଲାଜୀ ମନ୍ଦିରରେ ଜମା ଅମାପ ଧନ ଥାଇ ମଧ୍ୟ ବାଲାଜୀ ଗରିବ ଅଟନ୍ତି । ନିଜର ଭଗବାନ ବାଲଜୀଙ୍କ ଉପରୁ ଋଣ ବୋଝ ପାଇଁ ବହୁତ ସଂଖ୍ୟକ ଭକ୍ତ ତାଙ୍କୁ ଆଜି ମଧ୍ୟ ସୁନା, ରୂପା, ଟଙ୍କା ଓ ବହୁମୂଲ୍ୟ ଜିନିଷ ଦାନ କରିଆସୁଛନ୍ତି ।

ଦେବୀ ଲକ୍ଷ୍ମୀ ଛାଡି ଦେଇଥିଲେ ବୈକୁଣ୍ଠ
ଏହି କଥାକୁ ନେଇ ଦେବୀ ଲକ୍ଷ୍ମୀ ରାଗିଯାଇ ବୈକୁଣ୍ଠ ଛାଡି ଧରିତ୍ରୀକୁ ଚାଲି ଆସିଥିଲେ । ତା’ ପରେ କନ୍ୟା ରୂପରେ ଗୋଟିଏ ରାଜା ଘରରେ ଜନ୍ମ ନେଇଥିଲେ । ତାଙ୍କୁ ଖୋଜି ଖୋଜି ଭଗବାନ ବିଷ୍ଣୁ ମଧ୍ୟ ପୃଥିବୀକୁ ଚାଲିଆସିଲେ ଓ ଭଙ୍କଟେଶଙ୍କ ରୂପରେ କନ୍ୟା ପଦ୍ମାବତୀଙ୍କ ପାଖରେ ପହଂଚିଲେ ।

ଭଗବାନ ବିଷ୍ଣୁ ପଦ୍ମାବତୀ ଓ ତାଙ୍କ ପିତାଙ୍କ ସମ୍ମୁଖରେ ବିବାହର ପ୍ରସ୍ତାବ ରଖିଥିଲେ, ଯାହା ଦେବୀ ସ୍ୱୀକାର କରିନେଇଥିଲେ । କିନ୍ତୁ ପୃଥିବୀର ମାନ୍ୟତା ଅନୁସାରେ ଗୋଟିଏ ରାଜକୁମାରୀକୁ ବିବାହ କରିବା ପାଇଁ ବିଷ୍ଣୁ ଭଗବାନଙ୍କୁ ଧନର ଆବଶ୍ୟକତା ପଡିଲା, ଯାହାକି ତାଙ୍କ ପାଖରେ ନଥିଲା । ସେତେବେଳେ ସେ ଭଗବାନ ଶଙ୍କର ଓ ବ୍ରହ୍ମାଙ୍କୁ ସାକ୍ଷୀ ରଖି କୁବେରଙ୍କ ଠାରୁ ବହୁତ ମାତ୍ରରେ ଧନ ଋଣ ନେଇଥିଲେ ଓ ରାଣୀ ପଦ୍ମାବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ।

ଆଜି ପର୍ଯ୍ୟନ୍ତ ରୁଣ ସୁଝି ପାରିନାହାଁନ୍ତି
କୁବେରଙ୍କ ଠାରୁ ଋଣ ନେବା ସମୟରେ ବିଷ୍ଣୁ ଭଗବାନ ତାଙ୍କୁ ବଚନ ଦେଇଥିଲେ ଯେ କଳିଯୁଗ ଶେଷ ପର୍ଯ୍ୟନ୍ତ ସେ ନିଜର ସମସ୍ତ ଋଣ ସୁଝି ଦେବେ ଓ ଋଣ ଶେଷ ନ ହେବା ପର୍ଯ୍ୟନ୍ତ ସେ ଏହି ପ୍ରକାର ସୁଧ ଦେଉଥିବେ । ଏହି ମାନ୍ୟତା ଅନୁସାରେ ଭକ୍ତ ଭଗବାନ ବାଲାଜୀଙ୍କୁ ବହୁତ ମାତ୍ରାରେ ଧନ- ଦୌଲତ ଦେଇଥାନ୍ତି କାରଣ ସେ ଋଣମୁକ୍ତ ହୋଇପାରିବେ । କିନ୍ତୁ କୁବେରଙ୍କ ଦେଇଥିବା ଋଣ ଏତେ ବହୁତ ଥିଲା ଯେ ତାହା ଆଜି ପର୍ଯ୍ୟନ୍ତ ସରୁନାହିଁ । ଏହି କଥା ଅନୁସାରେ ଭଗବାନ ବାଲାଜୀଙ୍କ ପାଖରେ ଏତେ ଧନ-ଦୌଲତ ଥାଇ ମଧ୍ୟ ସେ ସବୁ ଭଗବାନଙ୍କ ଠାରୁ ଗରିବ ଅଟନ୍ତି ।

Leave A Reply