ରୁଙ୍ଗ୍‌ଟା ଷ୍ଟିଲ୍ ଟିଏମ୍‌ଟିର ନୂଆ ଟିଭିସିରେ ସମ୍ପର୍କ ହେଉଛି ସବୁ କିଛି ଉପରେ ଗୁରୁତ୍ୱାରୋପ

130

ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଇସ୍ପାତ ନିର୍ମାତା ରୁଙ୍ଗଟା ମାଇନ୍ସ ଲିମିଟେଡ୍ (ଆର୍‌ଏମ୍‌ଏଲ୍‌)ର ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ତୃତୀୟ ଟେଲିଭିଜନ ବିଜ୍ଞାପନକୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବ୍ରାଣ୍ଡ୍ ଓ କଂପାନିର ମୂଳରେ ଦୀର୍ଘସ୍ଥାୟୀ ସମ୍ପର୍କ ରହିଥିବା ବିଷୟରେ ଗୁରୁତ୍ୱାରୋପ କରାଯାଇଛି ।
ଏହି ବିଜ୍ଞାପନରେ ବଲିଉଡ ତାରକା ଆଲିଆ ଭଟ୍ଟ ଓ ରଣବୀର କପୁର ଅଭିନୟ କରିଥିବା ବେଳେ ଏଥିରେ ରଣବୀରଙ୍କ ସହ ନିଜ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଆଲିଆ ଆଲୋଚନା କରୁଛନ୍ତି ଏବଂ ରଣବୀର ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍‌ର ଦୀର୍ଘ ସ୍ଥାୟିତ୍ୱ, ଦୃଢ଼ତା, ଧକ୍କା ସହନଶୀଳତା ଶକ୍ତି ଏବଂ ନିଜ ପାଶ୍ୱର୍ରେ ସବୁ ବେଳେ ରହିବା ବିଷୟରେ ଆଲୋଚନା କରିଛନ୍ତି । ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍‌ର ଉପସ୍ଥିତିରେ ‘ଏକ୍‌ଦମ୍ ସଲିଡ୍‌’ ଟ୍ୟାଗ୍‌ଲାଇନ୍ ସହ ଏହି ଟିଭିସି ଶେଷ ହେଉଛି ।
ନୂଆ ଟିଭିସି ସମ୍ପର୍କରେ କଂପାନିର ବରିଷ୍ଠ ମହାପ୍ରବନ୍ଧକ ଏବଂ ବିକ୍ରି ଓ ମାର୍କେଟିଂ ମୁଖ୍ୟ ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍ ଓ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଯାହା ଆମ ଗ୍ରାହକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଆମ ଉତ୍ପାଦକୁ ବିଶ୍ୱାସର ସହ ବ୍ୟବହାର କରିବା ଲାଗି ସକ୍ଷମ କରିଛି ତାହା ଜଣାଇବା ଲାଗି ଆମ ଟିଭିସି ଅଭିଯାନର ତୃତୀୟ ଅଂଶର ପରିକଳ୍ପନା ପ୍ରସ୍ତୁତ କରାଯାଇଛି । ସମସ୍ତ ଅଂଶୀଦାରଙ୍କ ସହିତ ଆମ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ହେଉଛି ଏହି ଅଭିଯାନର ମୂଳ ଭାବନା ଯାହା ହେଉଛି ଆମ ସବୁ କିଛିର ମୂଳରେ ରହିଛି ।”
ଅତ୍ୟାଧୁନିକ ମାନୁଫାକ୍‌ଚରିଂ କାରଖାନାରେ ସଦ୍ୟତମ ପ୍ରଯୁକ୍ତିକୁ ବ୍ୟବହାର କରି ଅତି ଯତ୍ନର ସହ ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍‌କୁ ପ୍ରସ୍ତୁତ କରାଯାଇଛି । କଠୋର ଗୁଣାତ୍ମକ ମାନ ନିୟନ୍ତ୍ରଣ ବ୍ୟବସ୍ଥା ଦେଇ ଏହା ଗତି କରୁଛି ଯାହା ଏହାର ଅତୁଳନୀୟ ନିରନ୍ତରତା, ଦୃଢ଼ତା, ଦୀର୍ଘସ୍ଥାୟିତ୍ୱ ଓ ନିରବଚ୍ଛିନ୍ନ କାର୍ଯ୍ୟକାରିତାକୁ ନିଶ୍ଚିତ କରୁଛି ।
ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍ ବିଭିନ୍ନ ଗ୍ରେଡ୍ ଏବଂ ଆକାରରେ ଆଇଏସ୍ ୧୭୮୬ ଅନୁସାରେ ଆସୁଛି ।

TVC Link: https://youtu.be/q7WadRkHgcY

Comments are closed, but trackbacks and pingbacks are open.