ରକ୍ତବର୍ଣ୍ଣ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ, ରାଶିର ଶୁଭ ଅଶୁଭ ଫଳ ସହ ଅନ୍ୟାନ୍ୟ ନୀତି ନିୟମ

ରକ୍ତବର୍ଣ୍ଣ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ, ରାଶିର ଶୁଭ ଅଶୁଭ ଫଳ ସହ ଅନ୍ୟାନ୍ୟ ନୀତି ନିୟମ

0 961

ଜୁଲାଇ ୨୭ ରାତିଖ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାରେ କେତୁଗ୍ରସ୍ତ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ର ଗ୍ରହଣ ସମୟରେ ରକ୍ତ ବର୍ଣ୍ଣ ବା ଲାଲ୍‌ ରଙ୍ଗର ଚନ୍ଦ୍ର ଦେଖା ଯିବ  ଭାରତ ସମେତ ଓଡିଶାରେ ଏହା ଦୃଶ୍ୟମାନ ହେବ । ଭାରତୀୟ ସାଧାରଣ ସମୟ ଅନୁସାରେ ଏହା ୨୭ ତାରିଖ ଶୁକ୍ରବାର ରାତ୍ର ୧୧ୟା ୫୪ ମିନିଟ ୨୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ଏହା ଐଶାନ୍ୟେ ବ୍ୟାପୀ ପୂର୍ବ ଦିଗରେ । ରାତି ଗୋଟାଏ-୦-୧୪ ସେକେଣ୍ଡ୍‌ରେ ପୂର୍ଣ୍ଣ ଗ୍ରାସ, ଏହା ପ୍ରାୟ ଏକ ଘଣ୍ଟା ୪୪ ମିନିଟ୍‌ ପୂର୍ଣ୍ଣ ଗ୍ରାସ ହେବ । ଏହା ଶତାଦ୍ଦୀର ସବୁଠାରୁ ଦୀର୍ଘ ଚନ୍ଦ୍ର ଗ୍ରହଣ , ରାତ୍ର ୨ ଘଣ୍ଟା ୪୩ ମିନିଟ ୯ ସେକେଣ୍ଡରେ ପୂର୍ଣ୍ଣ ଗ୍ରାସ ସମାପ୍ତ, ରାତି ୩ ଘଣ୍ଟା ୪୮ ମିନିଟ ୫୮ ସେକେଣ୍ଡରେ ବାୟବ୍ୟେ ବ୍ୟାପୀ ପଶ୍ଚିମରେ ଗ୍ରହଣ ସର୍ବ ମୋକ୍ଷ ହେବ । ପ୍ରାୟ ୩ ଘଣ୍ଟା ୪୮ ମିନିଟ୍‌ ଓ ୫୮ ସେକେଣ୍ଡ ଧରି ଗ୍ରହଣ ଆରମ୍ଭ ଓ ଶେଷ ହେବ ।
ଶୁକ୍ରବାର ଦିନ ୨ ଘଣ୍ଟା ୫୪ ମିନିଟ୍‌ ଠାରୁ ହାଣ୍ଡି ଛାଡ୍‌ । ଏହା ପୂର୍ବରୁ ଅନ୍ନ ଭୋଜନ ଓ ଦେବ ପୂଜା କରଣୀୟ । ଏହାପରେ ଗ୍ରହଣ ଛାଡିବା ପରେ ଦେବ ନୀତି କରି ପାରିବେ । ମାତ୍ର ରୋଗୀ, ବୃଦ୍ଧ ,ବାଳକ, ଶିଶୁଙ୍କ କ୍ଷେତ୍ରରେ ସେମାନେ ଭୋଜନ ଗ୍ରହଣ କରି ପାରିବେ । ଗର୍ଭିଣୀମାନେ ଗ୍ରହଣ ନ ଦେଖିବା ଭଲ । ଏହି ସମୟରେ ବିଷ୍ଣୁଙ୍କର ଜପ ରିବେ ।
କେଉଁ ରାଶିମାନଙ୍କର ଶୁଭ- ଗ୍ରହଣ ଦର୍ଶନେ ମେଷ, ବୃଷ, କର୍କଟ, କନ୍ୟା , ବିଛା , ଧନୁ, ମକର, ମୀନ ରାଶିଙ୍କର ଶୁଭ ଅନ୍ୟ ରଶିର ବ୍ୟକ୍ତି ଗ୍ରହଣ ଦର୍ଶନ ନ କରିବା ଉଚିତ୍‌।
ତାରା ଶୁଦ୍ଧି- ଦ୍ୱିଜା, ରୋହିଣୀ, ମୃଗଶୀରା, ପୁନର୍ବସୁ , ଅଶ୍ଲେଷା , ପୂର୍ବ ଫାଲଗୁନୀ, ହସ୍ତା , ଚିତ୍ରା , ବିଶାଖା , ଜ୍ୟେଷ୍ଠା ,ପୂର୍ବଷାଢା, ଶ୍ରବଣା, ଧନିଷ୍ଠା , ଉତ୍ତର ଭଦ୍ରା, ରେବତୀ ନକ୍ଷତ୍ରଙ୍କର ଗ୍ରହଣ ଦର୍ଶନ ଶୁଭ ।
ତଥ୍ୟ- ଅସଲି ଖଡିରତ୍ନ ପଞ୍ଜିକା
ଆଲେଖ୍ୟ- ସ୍ୱର୍ଣ୍ଣ ମଞ୍ଜରୀ ମହାପାତ୍ର, କଟକ

Leave A Reply