ଗୁଣ୍ଡିଚାମନ୍ଦିରରେ ବୃନ୍ଦାବନ ଲୀଳା

0 6,186

ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୂଙ୍କର ନିତ୍ୟରାସ ସ୍ଥଳୀ । ଷଷ୍ଠ ଦିବସରୁ ପ୍ରଭୂଙ୍କର ଚଳନ୍ତି ପ୍ରତିମା ମଦନମୋହନ କରିଛନ୍ତି ବୃନ୍ଦାବନ ରାସ ଲୀଳା । ଏହି ସମୟରେ ପ୍ରଭୂ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ରାସରାସେଶ୍ୱର ବେଶରେ । ଏଥିପାଇଁ ଗୌଡୀୟ ସମ୍ପ୍ରଦାୟର ଭକ୍ତମାନେ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତି ।
ମଉଜିଆ ଠାକୁର କରିଛନ୍ତି ମଉଜ । ଆଡପମଣ୍ଡପରେ ଆଡମ୍ବରପୁର୍ଣ୍ଣ ଭାବେ ରହି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି କାଳିଆ ସାଆନ୍ତ । ଏବେ ବାହୁଡାରେ ବାହାରିଛନ୍ତି ଶ୍ରୀମନ୍ଦିର । କୁହାଯାଏ ପ୍ରଭୂ ଶ୍ରୀକୃଷ୍ଣ ଅବତାରୀଙ୍କର ଜନ୍ନସ୍ଥଳ ହେଉଛି ବୃନ୍ଦାବନ । ତେବେ ଏହି ଗୁଣ୍ଡିଚାବାଡି ହେଉଛି ପ୍ରଭୂଙ୍କର ବୃନ୍ଦାବନ । ଘୋଷଯାତ୍ରା ସମୟରେ ପ୍ରଭୂଙ୍କର ଚଳନ୍ତି ପ୍ରତିମା ମଦନମୋହନ ଷଷ୍ଠୀ , ସପ୍ତମୀ ଓ ଅଷ୍ଟମୀ ଦିବସରେ ସଂନ୍ଧ୍ୟାଧୂପ ସରିବା ପରେ ରାସ ମଣ୍ଡପରେ ରାସଲୀଳା କରିଥାଆନ୍ତି ।
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ଘୋଷଯାତ୍ରାରେ । ଆଉ ଜନ୍ନସ୍ଥଳ ଗୁଣ୍ଡିଚା ବାଡିରେ କରିଛନ୍ତି ରାସକ୍ରୀଡା । ପୌରାଣିକ ତଥ୍ୟ ଅନୁଯାୟୀ ଏହି ରଥଯାତ୍ରାରେ ପ୍ରଭୂ ଆସି ଗୁଣ୍ଡିଚା ମଣ୍ଡପରେ ଗୋପୀମାନଙ୍କ ସହ ରାସକ୍ରୀଡା କରିଥାନ୍ତି । ସେଥିପାଇଁ ଗୌଡୀୟ ସମ୍ପ୍ରଦାୟ ଓ କୃଷ୍ଣ ଭକ୍ତମାନେ ଏହି ରାସ ଲୀଳା ଓ ରାସ ରାସେଶ୍ୱର ବେଶ ଦେଖିବା ପାଇଁ ଧାଇଁ ଆସନ୍ତି ଦର୍ଶନ କରିବାକୁ ।

ଦାରୁବ୍ରହ୍ନଙ୍କ ମାନବୀୟ ଲୀଳା ଅପରମ୍ପାର । ଭକ୍ତ ପାଇଁ କରୁଛନ୍ତି ଲୀଳା । ସେଥିପାଇଁ ତ ଭାବ ବିନୋଦିଆଙ୍କ ବାର ମାସରେ ହେଉଛି ତେରଯାତ୍ରା । ଆଉ ସେଥିପାଇଁ ପ୍ରଭୂ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବାହୁଡାରେ ଶ୍ରୀମନ୍ଦିର ବାହାରିଥିବା ବେଳେ ସୁନାବେଶରେ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

Leave A Reply