ରାମ ଜନ୍ମଭୂମି ଗୁରୁତ୍ୱପୂର୍ଣ୍ଣ ସ୍ଥାନ: ରାମଲାଲ ବିରାଜମାନ

0 1,511

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ତୃତୀୟ ଦିନ ଶୁଣାଣୀ ବେଳେ ରାମଲାଲ ବିରାଜମାନଙ୍କ ତରଫରୁ ‘ଜନନୀ ଜନ୍ମଭୁମିଶ୍ଚ ସ୍ୱର୍ଗାଦପି ଗରିୟସୀ’ ଶ୍ଲୋକର ଉଦାହରଣ ଦେଇ କୁହାଯାଇଛି ଯେ, ଜନ୍ମଭୁମି ଯେକୌଣସି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାମଙ୍କ ଜନ୍ମସ୍ଥାନର ଅର୍ଥ ଗୋଟିଏ ଏମିତି ସ୍ଥାନ ହୋଇଥିବ, ଯେଉଁଠାରେ ସମସ୍ତଙ୍କର ଆସ୍ଥା ଓ ବିଶ୍ୱାସ ଅଛି । ପୂର୍ବର ପାଂଚ ଜଣିଆ ସଂବିଧାନ ପୀଠ ତରଫରୁ ଜଷ୍ଟିସ ବୋବଡେ ଶ୍ରୀରାମଲାଲ ବିରାଜମାନଙ୍କର ଓକିଲ ପରାସରନଙ୍କୁ ପଚାରିଥିଲେ ଯେଭଳି ଭାବେ ଭଗବାନ ରାମଙ୍କ ମାମଲା ସୁପ୍ରିମକୋଟକୁ ଆସିଛି, ଏମିତି କଣ ଆଉ କେଉଁଠାରେ ଅନ୍ୟ ଭଗବାନଙ୍କର ଆମଲା ଆସିଛି? କ’ଣ ଯୀଶୁ ବେଥଲହମଠାରେ ଜନ୍ମ ହୋଇଥିବା ନେଇ କୌଣସି କୋର୍ଟକୁ ମାମଲା ଆସଥିିଲା? ରାମଲାଲଙ୍କର ଓକିଲ କହଥିିଲେ, ଖୋଜିକି ଉତ୍ତର ଦିଆଯିବ ।

ପରାସରନ ବୁଧବାର ଶ୍ରୀ ରାମଲାଲ ବିରାଜମାନଙ୍କର ପକ୍ଷ ରଖି କୋର୍ଟରେ କହିଲେ ଯେ ଲୋକମାନଙ୍କର ବିଶ୍ୱାସ ଓ ମାନ୍ୟତା ଅଛି ଯେ, ଭଗବାନ ରାମ ସେଠାରେ ବିରାଜମାନ ଅଟନ୍ତି ଓ ଏହା ନିଜେ ହିଁ ସବୁଠାରୁ ବଡ଼ ପ୍ରମାଣ । ବ୍ରିଟିଶ ରାଜ୍ୟରେ ମଧ୍ୟ ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନି ବଣ୍ଟନ କରିଥିଲା, ସେହି ଜାଗାକୁ ମସଜିଦ ସ୍ଥାନରେ ରାମଜନ୍ମ ସ୍ଥାନ ବୋଲି ସ୍ୱୀକାର କରିଥିଲେ ।

Leave A Reply