ବହୁ ବର୍ଷ ପରେ ରାକ୍ଷୀ ବନ୍ଧନ ନିମନ୍ତେ ଏ ବର୍ଷ ସ୍ୱତନ୍ତ୍ର ଯୋଗ ଆସିଛି। ରାକ୍ଷୀ ବାନ୍ଧିବା ନିମନ୍ତେ ଭଉଣୀକୁ ଆଉ ସମୟ ନିମନ୍ତେ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ହିନ୍ଦୁ ପରମ୍ପରା ଅନୁଯାୟୀ ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଏହି ପବିତ୍ର ପର୍ବ ଅଗଷ୍ଟ ୧୫ଗୁରୁବାରରେ ପାଳିତ ହେବ। ରାକ୍ଷୀ ବାନ୍ଧିବାର ଏକ ସ୍ୱତନ୍ତ୍ର ସମୟ ରହିଥାଏ। ଶୁଭ ସମୟ ଶେଷ ହେବା ପରେ ଆଉ ରାକ୍ଷୀ ବନ୍ଧା ଯାଇନଥାଏ। ତେଣୁ ଯିଏ ଦୂରରେ ଅଥବା କୌଣସି କାର୍ଯ୍ୟରେ ଥାଏ, ସେ ମଧ୍ୟ ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ନିମନ୍ତେ ବ୍ୟସ୍ତ ହୋଇଥାଏ। ସେ ସମୟର କାରଣ ହେତୁ ଭଉଣୀଟି ମଧ୍ୟ ବ୍ୟସ୍ତ ହୋଇଥାଏ।
ଏକ ଥାଳିରେ ଚନ୍ଦନ, ସିନ୍ଦୂର, ଚାଉଳ, ଦୀପ, ମିଠା ରାକ୍ଷୀ ରଖି ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧି ଖୁବ ଆନନ୍ଦର ସହ ଏହାକୁ ପାଳନ କରନ୍ତୁ।