ପ୍ରତରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ସହିଦଙ୍କୁ ଶ୍ରଦ୍ଧାଂଜଳି ଦେଲେ ରାଜନାଥ ସିଂହ
ନୂଆଦିଲ୍ଲୀ: ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମନ୍ତ୍ରାଳୟର କାର୍ଯ୍ୟଭାର ଗ୍ରହଣ କରିବା ପୂବରୁ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ପୀଠ (ନ୍ୟାସନାଲ ୱାର ମେମୋରିଆଲ) ପହଂଚିଛନ୍ତି । ସେଠାରେ ସେ ସହିଦମାନଙ୍କୁ ଶ୍ରଦ୍ଧାଂଜଳି ଦେଇ ପ୍ରଣାମ କରିଛନ୍ତି ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସହିତ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ, ବାୟୁସେନା ମୁଖ୍ୟ ବିଏସ ଧନୋଆ ଏବଂ ନୌସେନା ଅଧ୍ୟକ୍ଷ ଆଡମିରାଲ କରମବୀର ସିଂହ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ରାଜନାଥ ସିଂହ ଏହା ପରେ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି । ମୋଦୀ କ୍ୟାବିନେଟରେ ଗୃହମନ୍ତ୍ରୀ ଅମିତ ଶାହା ଆଜି ଦାୟିତ୍ୱ ଗ୍ରହଣ କରିବେ ।