ମାଟିକୁ ମାଆ ସହ ତୁଳାନା କରାଯାଏ। ବର୍ଷା ଋତୁର ଆରମ୍ଭରେ ରଜ ପର୍ବ ପାଳିତ ହୋଇଥାଏ । ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମରୁ ଧରା ବକ୍ଷ ଉଦ୍ଧାର ପାଏ । ମୌସୁମୀର ସ୍ପର୍ଶରେ ଶୀତଳତା ସହ ବସୁମତୀ ପ୍ରଜଜନ କ୍ଷମ ହୋଇଥାଏ । ରଜସ୍ୱଳା ମାଟିକୁ ଅଧିକ କଷ୍ଟ ନଦେବା ପାଇଁ ଚାଷ ଓ ଅନ୍ୟ କର୍ଷ କାମ କରାଯାଇ ନଥାଏ ।
ମାଟିରେ ବର୍ଷା ଜଳର ସ୍ପର୍ଶରେ ପ୍ରଜଜନ ଶକ୍ତି ଜାଗ୍ରତ ହୋଇଥାଏ । ନୀର ସୁଲଭ ଧରିତ୍ରୀ ବା ବସୁମତି ଶସ୍ୟ ଶ୍ୟାମଳା ହୋଇ ସାରା ଜଗତକୁ ଖାଦ୍ୟ ପ୍ରଦାନ କରିଥାଏ।
ନାରୀ ଭାବେ ଧରିତ୍ରୀ ମାତାକୁ ବି ସମ୍ମାନ ଦିଆଯାଇଥାଏ । ଘରେ ବି ଝିଅମାନଙ୍କୁ ଏହି ସମୟରେ କଟା, ବଟା କାମ କରିବାକୁ ଦିଆଯାଏ ନାହିଁ । ଏହି ତିନିଦିନ ସେମାନଙ୍କୁ ବିଶ୍ରାମ ଦିଆଯାଇଥାଏ ।
ନୂଆ ପୋଷାକ ପିନ୍ଧିବା ସହ ଦୋଳି ଖେଳିବା , ପିଠାପଣା ଖାଇ, ଗୁଆ ଖୋଳପାର ଚପଲ ପିନ୍ଧି ମଉଜ କରିଥାଆନ୍ତି । ସେହିପରି ମାଟି ମାଆକୁ ବି ବିଶ୍ରାମ ପ୍ରଦାନ କରାଯାଇଥାଏ ।
								
									
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Next Post
 
			