ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ମଙ୍ଗଳବାର ମଧ୍ୟରାତ୍ରୀ ସୁଦ୍ଧା ବେଲେଶ୍ୱର ଓ ଚାନ୍ଦବାଲିର ଉତ୍ତର ପୂର୍ବ ଦିଗରେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ରାତି ସୁଦ୍ଧା ଏହି ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ସ୍ପର୍ଶ କରି ସ୍ଥଳଭାଗ ଅତି କ୍ରମ କରିବ । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବାର ଆଶଙ୍କ କରାଯାଉଛି । ସମୁଦ୍ର ଅଶାନ୍ତ ରହିବ । ଓଡିଶା ସାରା ବର୍ଷା ହେବ । ବାଲେଶ୍ୱର, ଭଦ୍ରକ ,ମୟୁରଭଞ୍ଚ,କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡା ଓ ବରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ପ୍ରବଳର ବର୍ଷା ହେବାର ସମ୍ଭାବନା ରହିଛି । ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର ଓ ବୌଦ୍ଧ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ଅଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି । ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଓ ଋଷିକୂଲ୍ୟା ସହ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି ।
Sign in
Sign in
Recover your password.
A password will be e-mailed to you.
Next Post