ପଶ୍ଚିମ ଓଡ଼ିଶାର ମନ୍ଦିର ମାଳିନୀ ସହର ‘ସୋନପୁର’ରେ ମୋଦୀ

0 497

ଭୁବନେଶ୍ୱର: ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ମିଳିବା ପରେ ଶନିବାର ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ମନ୍ଦିର ମାଳିନୀ ସହର ‘ସୋନପୁର’କୁ ଜଣେ ପ୍ରଧାନମନ୍ତ୍ରୀ ଆସଛନ୍ତିି । ଆଉ ଏହି କାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଦିନିକିଆ ଗସ୍ତ ନେଇ ସୋନପୁର ସମେତ ସୁବର୍ଣ୍ଣପୁର ଜିଲ୍ଲାବାସୀ ଆଜି ଖୁସି ଅନୁଭବ କରୁଛନ୍ତି । ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ସଂକଳ୍ପ ଜନସଭା ନେଇ ଜିଲ୍ଲାବାସୀ ଗର୍ବ ଅନୁଭବ କରିଛନ୍ତି । ରାମେଶ୍ୱର ପଡ଼ିଆ ନିକଟସ୍ଥ ଷ୍ଟାଡିୟମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସମାବେଶ’ ପାଇଁ ଭାରତୀୟ ଜନତା ପାର୍ଟି ଅଧିକ ତତ୍ପର ଦେଖାଯାଇଛି । ମୋଦୀ ଏଠାରେ ପହଂଚିବା ପରେ ଲକ୍ଷାଧିକ ବିଜେପିର ସମର୍ଥକ, ପ୍ରଶଂସକ ଏବଂ ସାଧାରଣ ଜନତା ଖୁସି ଅନୁଭବ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜର ସମ୍ବୋଧନରେ ସୋନପୁରକୁ ବାରାଣସୀ ସହିତ ଘନିଷ୍ଠ ସଂପର୍କ ଅଛି ବୋଲି କହିଛନ୍ତି । ଉଭୟ ବାରାଣସୀ ଏବଂ ସୋନପୁର ଭଗବାନଙ୍କ ଶିବଙ୍କର ଆସ୍ଥାନ । ମୋଦୀ ସମ୍ବଲପୁରୀ ଶାଢ଼ୀ ଓ ବାରାଣସୀ ଶାଢ଼ୀ ମଧ୍ୟରେ ସମାନତା ଅଛି ବୋଲି କହିଛନ୍ତି । ଉଦବୋଧନ ବେଳେ ମୋଦୀ ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ।

ବର୍ଷ ୧୯୯୩ ଏପ୍ରିଲ ୧ରେ ବଲାଙ୍ଗୀର ଜିଲ୍ଲା ଠାରୁ ଅଲଗା ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ମୋଦୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ସୋନପୁର ଆସୁଛନ୍ତି । ପୂର୍ବରୁ ୧୯୯୧ ମେ’ ମାସ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଏଠାକୁ ଆସିଥିଲେ । କୃଷି ଭିତ୍ତିକ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ କ୍ଷେତକୁ ବର୍ତ୍ତମାନ ସ୍ଥିତିରେ ପାଣି ଅଭାବ ଥିବା ବେଳେ ୨୦୨୪ ପୂର୍ବରୁ ଏହି ସମସ୍ୟାର ସମାଧାନ ହୋଇପାରିବ । ମତ୍ସଜୀବୀ ଓ ବୟନଶିଳ୍ପକୁ ପ୍ରୋତ୍ସାହନ ମିଳିବ । ସେହିପରି ଜିଲ୍ଲାବାସୀ ରେଳ-ସଡ଼କ ପଥ ଏବଂ ଅନ୍ୟାନ୍ୟ ବିକାଶ ମୂଳକ ଯୋଜନା ସହିତ ସୁନାର ପଦ୍ମ ଦେଖିବାକୁ ଆଶା ରଖିଛନ୍ତି ।

ସୋନପୁର ଗସ୍ତ ପୂର୍ବରୁ ମୋଦୀ ଆଜି ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି, ଆପଣମାନଙ୍କର ଆଶୀର୍ବାଦ ମୁଁ ଜୀବନରେ ଭୁଲି ପାରିବି ନାହିଁ । ଦେଶ ସୁରକ୍ଷା କରିଥିବାରୁ ଓଡ଼ିଶାର ଯବାନମାନଙ୍କୁ ପ୍ରଣାମ କରୁଛି । ଇମାନଦାର ଭାବରେ କାମ କରି ଦେଶର ବିକାଶ କରୁଥିବା ସରକାର ଦରକାର । ଓଡ଼ିଶାରେ ପଦ୍ମ ଫୁଟିବ । ଏହି ରାଜ୍ୟରେ ଅଧିକ ପଦ୍ମ ଫୁଟିବ । ଭାରତ ଭଳି ଓଡ଼ିଶାରେ ମଧ୍ୟ ମଜବୁତ ସରକାର ଦରକାର ଅଛି । ପଡ଼ୋଶୀ ଝାଡଖଣ୍ଡର ଗାଁ ଗହଳିରେ ମଧ୍ୟ ରୋଜଗାର ମିଳୁଛି । ଝାଡ଼ଖଣ୍ଡର ଲୋକଙ୍କୁ ଶ୍ରମ କରିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁନାହିଁ ।

Leave A Reply